ରୋଷେଇଶାଳରୁ ସିଂଗାପୁର ଆଉ ମାର୍ଶାଲ ଆର୍ଟରେ ବିଶ୍ବକପ ମେଡାଲ ପର୍ଯ୍ୟନ୍ତ ଜଣେ ଗୃହିଣୀଙ୍କ କାହାଣୀ...

Published By : Prameya-News7 Bureau | September 09, 2019 IST

ଝାରସୁଗୁଡା(ପ୍ରଶାନ୍ତ ମହାନ୍ତି)୯|୯: ଘର ରୋଷେଇଶାଳରୁ ସିଙ୍ଗାପୁର ଯାଇ ବିଶ୍ୱକପ ଖେଳି ଯୋଗ୍ୟତା ହସଲ କଲେ ତପସ୍ୱିନୀ ନାଏକ | ସେଥିପାଇଁ ତାଙ୍କୁ କେନ୍ଦ୍ର ସରକାରଙ୍କ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ମିଳିଲା ୮ଲକ୍ଷ ଟଙ୍କାର ସ୍କଲାରସିପ୍ | ଏହାକୁ ନେଇ ଝାରସୁଗୁଡାରେ ଚର୍ଚ୍ଚାକୁ ଆସିଛନ୍ତି ହାଉସ ୱାଇଫ୍ ତପସ୍ୱିନୀ ନାଏକ | ତପସ୍ୱିନୀ କିପରି ବିଶ୍ୱକପ ଖେଳିଲେ ଓ କି ଖେଳ ଖେଳି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଲେ ଆସନ୍ତୁ ଯିବା ଖବର ଭିତରକୁ-

{"id":155263}

ଝାରସୁଗୁଡାରେ ବିବାହ ପରେ ସ୍ୱାମୀ ଓ ଗୋଟିଏ ଶିଶୁପୁତ୍ର ସହ ରହନ୍ତି ତପସ୍ୱିନୀ ନାଏକ | ସ୍ୱାମୀ ଚାକିରିଆ ହୋଇଥିବାରୁ ସ୍ୱାମୀ ଓ ଶିଶୁପୁତ୍ରର ଯତ୍ନ ତାଙ୍କ ଉପରେ ନ୍ୟସ୍ତ ରହିଥାଏ | ତଥାପି ନିଜ ଶିଶୁପୁତ୍ରକୁ ମାର୍ଶଲ୍ ଆର୍ଟ ଶିଖାଇବକୁ ସରବାହଲର ଏକ ଅନୁଷ୍ଠାନରେ ଭର୍ତ୍ତି କରାଇଥିଲେ | ପ୍ରତିଦିନ ଶିଶୁପୁତ୍ରକୁ ନେବା ଆଣିବା ସମୟରେ ମାର୍ଶଲ୍ ଆର୍ଟ ପ୍ରତି ତାଙ୍କର ଆଗ୍ରହ ବଢିଲା |

{"id":155264}

ଫଳରେ ନିଜ ଘରୁଆ ଜୀବନରୁ କିଛି ସମୟ ବାହାର କରି ଶିଖିବାକୁ ଆରମ୍ଭ କଲେ ପେଞ୍ଚାକ୍ ସିଲେଟ୍ ନାମକ ମାର୍ଶଲ୍ ଆର୍ଟ | ଏହା ଶିଖୁ ଶିଖୁ ତାଙ୍କୁ ମୌକା ମିଳିଲା ଜିଲ୍ଲା,ରାଜ୍ୟ ତଥା ଦେଶ ପାଇଁ ଖେଳିବାକୁ | ଏହି ସୁଯୋଗକୁ ସେ ହାତଛଡା ନକରି ପର୍ଯ୍ୟାୟକ୍ରମେ ହାସଲ କରି ଚାଲିଲେ ମେଡାଲ ପରେ ମେଡାଲ |

{"id":155267}

୨୦୧୮ ମସିହା ଡିସେମ୍ବର ମାସରେ ସେ ଏସିଆନ୍ ଗେମ୍ ରେ ଭାଗ ନେଇ ବ୍ରୋଞ୍ଜ ପଦକ ହାସଲ କରିବା ପରେ ସେଠାରେ ଆୟୋଜିତ ବିଶ୍ୱକପ୍ ଚମ୍ପିଅନ୍ସିପ୍ ପାଇଁ ଭାରତରୁ ପତିନିଧିତ୍ୱ କରିବାର ସୁଯୋଗ ପାଇଲେ |୪୯ ଦେଶର ଖେଳାଳିଙ୍କ ମଧ୍ୟରେ ସେ ଖେଳିଵା ସହ ଭାରତ ପାଇଁ ହାତେଇ ଥିଲେ ବ୍ରୋଞ୍ଜ ମେଡାଲ | ବ୍ରୌଞ୍ଜମେଡାଲ ପାଇଥିବା ତପସ୍ୱିନୀଙ୍କୁ ପ୍ରାୟ ୯ମାସ ପରେ କେନ୍ଦ୍ର କ୍ରୀଡା ବିଭାଗ ପକ୍ଷରୁ ଦିଆଅଗଲା ଏକ ସ୍କଲାରସିପ୍ |ଯେଉଁଥିରେ ସେ ପାଇଲେ ୮ଲକ୍ଷ ଟଙ୍କା |

{"id":155268}

ଏହି ଅର୍ଥରାଶି ପାଇବା ପରେ ତପସ୍ୱିନୀ ଖୁସୀ ହୋଇ ତାଙ୍କର ପରବର୍ତ୍ତୀ ଟାର୍ଗୈଟ ଅଲମ୍ପିକ ବୋଲି କହିଛନ୍ତି | ଅପରପକ୍ଷରେ ତାଙ୍କୁ ଦେଖି ଅନ୍ୟ ଛୋଟ ଛୋଟ ପିଲା ମାନେ ମଧ୍ୟ ପ୍ରେରଣା ପାଇ ସେହି ରାସ୍ତାରେ ଯିବାକୁ ଆଗଭର ହେଲେଣି |

{"id":155269}

ଆଜିର ଆଧୁନିକ ଦୁନିଆରେ ରାସ୍ତାରେ ଗଲାବେଳେ ନାରୀ ସୁରକ୍ଷିତ ନୁହଁ | ତେଣୁ ସେମାନେ ନିଜର ସୁରକ୍ଷା ପାଇଁ ପେଞ୍ଚାକ୍ ସିଲେଟ୍ ହେଉ କି ମାର୍ଶଲ୍ ଆର୍ଟ ଶିଖିବା ଦରକାର ବୋଲି ତପସ୍ୱିନୀ ପରାମର୍ଶ ଦେଇଛନ୍ତି | ଏହି ଆର୍ଟ ଯେ କେବଳ ପୁରସ୍କାର ରାଶି ପାଇଁ ଉଦ୍ଦିଷ୍ଟ ତାହା ନୁହେଁ ବରଂ ନିଜ ଶାରିରୀକ ସୁସ୍ଥତା ପାଇଁ ଆବଶ୍ୟକ ବୋଲି ମଧ୍ୟ କହିଛନ୍ତି |

{"id":155270}

ତେଣୁ ସେ ନିଜର ସୁରକ୍ଷା ପାଇଁ କଳା କୌଶଳ ଶିଖୁ ଶିଖୁ ଆଜି ଭାରତର ପ୍ରତିନିଧି ଭାବେ ଉଭା ହୋଇ ଥିବାରୁ ନିଜ ପରିବାରକୁ ଧନ୍ୟବାଦ ଦେବା ସହ କେନ୍ଦ୍ର ସରକାରଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି | ତପସ୍ୱିନୀଙ୍କ ନିଷ୍ଠାପର ମେହେନତ ତାଙ୍କୁ ଏହି ସଫଲତା ଆଣି ଦେଇଛି ବୋଲି ମତ ଦେଇ ତାଙ୍କ କୋଚ ଆଗାମୀ ଦିନରେ ପେଞ୍ଚାକ ସିଲେଟ କୁ ଅଲମ୍ପିକରେ ସ୍ଥାନ ମିଳିବାକୁ ଯାଉଥିବାରୁ ତା ଫାଇଦା ମଧ୍ୟ ଅନେକ ପାଇବେ ବୋଲି କହିଛନ୍ତି |

{"id":155271}

ଗ୍ରୁହିଣୀ ହେଲେ ସବୁ ସମ୍ଭାବନା ହଜିଗଲା ବୋଲି ଭାବୁଥିବା ଗୃହିଣୀଙ୍କ ପାଇଁ ତପସ୍ୱିନୀ ଉଦାହରଣ ନିଶ୍ଚୟ ହାଣ୍ଦିଶାଳରୁ ବାହାରି ନିଜର ସୁରକ୍ଷା ସହ ପ୍ରତିଯୋଗିତାରେ ଭାଗ ନେଇ ଦେଶ ପାଇଁ ଗୌରବ ଆଣି ସମସ୍ତଙ୍କ ଭାବନାକୁ ଭୁଲ ପ୍ରମାଣିତ କରିଛନ୍ତି |

{"id":155272}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.