ଷ୍ଟାଇପେଣ୍ଡ ବୃଦ୍ଧି ନେଇ କଠୋର ହେଲେ ହାଉସ୍ ସର୍ଜନ ସଂଘ, ଦାବି ପୂରଣ ନହେଲେ ୨୮ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

Published By : Prameya-News7 Bureau | January 18, 2021 IST

କଟକ ୧୮।୦୧: ଷ୍ଟାଇପେଣ୍ଡ ବୃଦ୍ଧିକୁ ନେଇ କଠୋର ଆଭିମୁଖ୍ୟ ଆପଣେଇଲେ ଏସ ସି ବି ମେଡିକାଲ କଲେଜ ହାଉସସର୍ଜନ। ଷ୍ଟାଇପେଣ୍ଡ ବୃଦ୍ଧି ନହେଲେ ଜାନୁଆରୀ ୨୨ ତାରିଖରୁ କଳା ବ୍ୟାଚ୍‌ ପରିଧାନ କରିବେ। ଯଦି ସରକାର ଦାବି ନ ଶୁଣନ୍ତି ତେବେ ଆସନ୍ତା ୨୮ ତାରିଖରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ହାଉସସର୍ଜନ ସଂଘ।

ଏହା ପୂର୍ବରୁ ୨୦୧୭ ପର୍ଯ୍ୟନ୍ତ ହାଉସସର୍ଜନମାନେ ୧୫ ହଜାର ଟଙ୍କା ଷ୍ଟାଇପେଣ୍ଡ ପାଉଥିବା ବେଳେ ୨୦୧୭ ପରେ ସେମାନେ ୨୦ ହଜାର ଟଙ୍କା ଷ୍ଟାଇପେଣ୍ଡ ପାଉଥିଲେ। ବର୍ତ୍ତମାନ ଆଉ ଅଧିକ ଷ୍ଟାଇପେଣ୍ଡ ପାଇଁ ହାଉସ ସର୍ଜନ ସଂଘ ଦାବି କରିଛନ୍ତି। ସାମଲ ଏସ ସି ବି ହାଉସସର୍ଜନ ସଂଘର ସଭାପତି ଡକ୍ଟର ଦିପକ କୁମାର କହିଛନ୍ତି ଯେ, ଦୀର୍ଘ ଦିନ ଧରି ଆମେ ସରକାରଙ୍କୁ ଆମର ଦାବି ବିଷୟରେ ଅବଗତ କରାଇ ଆସିଛୁ। ତଥାପି ଏ ଯାଏଁ ଦାବି ପୂର ଦିଗରେ ପଦକ୍ଷେପ ନିଆଯାଇ ନାହିଁ। ଫଳରେ ବାଧ୍ୟ ହୋଇ ଆମକୁ ସଡକକୁ ଓହ୍ଲାଇବାକୁ ପଡିବ। ଷ୍ଟାଇପେଣ୍ଡ ବୃଦ୍ଧି ନହେଲେ ଆସନ୍ତା ୨୮ ତାରିଖରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ହେବ  ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.