Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ଘର ଭଡା ନଦେବାରୁ ଘର ମାଲିକ ମହିଳାଙ୍କୁ କରୁଥିଲେ ଦୁଷ୍କର୍ମ ; ନିୟୋଜିତ କରିଥିଲେ ଦେହ ବ୍ୟବସାୟରେ

23/12/2018 at 11:49 AM

ନାଗପୁର ୨୩|୧୨: ଘରଭଡା ଦେବାକୁ ଅସମର୍ଥ ଥିବା ମହିଳାଙ୍କ ଦ୍ବାରା ବାରମ୍ବାର ଦୁଷ୍କର୍ମ କରିବା ଘଟଣା ନଜରକୁ ଆସିଛି । କେବଳ ଏତିକି ନୁହେଁ ଘର ମାଲିକ ଅନ୍ୟ ଜଣେ ମହିଳାଙ୍କ ସହଯୋଗରେ ପୀଡିତାଙ୍କୁ ଦେହ ବ୍ୟବସାୟ ଧନ୍ଦାରେ ମଧ୍ୟ ଭର୍ତ୍ତି କରିଥିଲା । ନାଗପୁର ଜରିପଟକା ଥାନା ଏନେଇ ମାମଲା ଦାୟର କରାଯାଇଛି । ଏହି ଘଟଣାରେ ପୋଲିସ ୫୩ବର୍ଷୀୟ ଅଭିଯୁକ୍ତ ମାଣିକ ଶେବାରେଙ୍କୁ ଗିରଫ କରିଛି । ୫୦ବର୍ଷୀୟ ଅଭିଯୁକ୍ତ ମହିଳା ଆଶା ଶର୍ମା ଫେରାର ହୋଇଯାଇଛନ୍ତି ।

ସୂଚନା ଅନୁସାରେ ପୀଡିତ ମହିଳା ଅଭିଯୁକ୍ତ ମାଣିକ ଶେବାରେଙ୍କ ଘରେ ତାଙ୍କ ସ୍ବାମୀ ଏବଂ ଦୁଇଜଣ ଛୁଆଙ୍କ ସହ ଭଡାରେ ରହୁଥିଲେ । ପୀଡିତାଙ୍କ ସ୍ବାମୀ ଦିନମଜୁରିଆ ଭାବେ କାମ କରୁଥିଲେ । ସୁବିଧା ନହେବାରୁ ଘରର ପରିସ୍ଥିତ ଠିକ୍ ନଥିବାରୁ ମହିଳାଙ୍କୁ ଘର ଭଡା ଦେବାରେ ବହୁତ ଅସୁବିଧା ହେଉଥିଲା । ଫଳରେ ମେ ୨୦୧୮ରେ ଘର ମାଲିକ ମାଣିକ ଶେବାର ପୀଡିତାଙ୍କ ଘରେ ପହଞ୍ଚିଥିଲେ ଏବଂ ଘର ଭଡା ମାଗିଥିଲେ । ସେହି ସମୟରେ ମହିଳାଙ୍କ ସ୍ବାମୀ କାମରେ ବାହାରକୁ ଯାଇଥିଲେ । ଛୁଆ ମଧ୍ୟ ବାହାରକୁ ଖେଳିବାକୁ ଯାଇଥିଲେ । ପୀଡିତା ମହିଳା ଘର ମାଲିକଙ୍କୁ କହିଥିଲେ ଯେ ତାଙ୍କ ପାଖରେ ଏବେ ପଇସା ନାହିଁ । ତେଣୁ ମହିଳା ଜଣଙ୍କ ତାଙ୍କୁ ଅନୁରୋଧ କରିଥିଲେ ଯେ ସେ ତାକୁ କିଛି ଦିନ ସମୟ ଦିଅନ୍ତୁ । ପୀଡ଼ିତାଙ୍କ ବାରମ୍ବାର ଅନୁରୋଧ ପରେ ମଧ୍ୟ ଘର ମାଲିକ ତାଙ୍କର କିଛି କଥା ଶୁଣିନଥିଲେ । ତାଙ୍କ ଘରେ ହିଁ ତାଙ୍କ ସହ ଜବରଦସ୍ତ ଦୁଷ୍କର୍ମ କରିଥିଲେ ।

ଏହାପରେ ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ଧମକାଇଥିଲେ ଯଦି ସେ ଏକଥା କାହାରିକୁ କହିବେ ତେବେ ତାଙ୍କୁ ଘରୁ ବାହାରକରିଦେବେ । ଏହା ଫଳରେ ପୀଡିତା ଏ ସଂପର୍କରେ କାହାରିକୁ କିଛି କହନଥିଲେ । କିଛି ଦିନ ପରେ ଯେତେବେଳେ ମହିଳା ଜଣଙ୍କ ଘରର ଭଡା ଦେଇଦେବା ପରେ ମଧ୍ୟ ଘର ମାଲିକ ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରୁଥିଲେ ।

ଗୋଟିଏ ଦିନ ପୀଡିତା ମହିଳାଙ୍କ ସ୍ବାମୀ ଅସୁସ୍ଥ ହୋଇଗଲେ । ଫଳରେ ତାଙ୍କୁ ପଇସାର ଦରକାର ପଡିଲା । ସେହି ସମୟରେ ଘର ମାଲିକ ପୀଡିତାଙ୍କ ମହିଳାଙ୍କ ସହ ଆଶା ନାମକ ଅନ୍ୟ ଜଣେ ମହିଳାଙ୍କର ପରିଚୟ କରାଇଥିଲେ । ଆଶା ପୀଡିତାଙ୍କ ୨୫ହଜାର ଟଙ୍କା କରଜ ଦେଇଥିଲେ । ଏହାର କିଛି ଦିନ ପରେ ହିଁ ସେ କରଜ ଟଙ୍କା ମାଗିବାକୁ ଲାଗିଥିଲେ । ଯେତେବେଳେ ପୀଡିତା ମହିଳା କରଜ ଟଙ୍କା ଫେରସ୍ତ କରିବାକୁ ଅସମର୍ଥ ବୋଲି କହିଥିଲେ ସେତେବେଳେ ଆଶା ତାଙ୍କୁ ଜବରଦସ୍ତି ଦେହ ବ୍ୟବସାୟ କାମରେ ନିୟୋଜିତ କରିଥିଲେ । ଆଶା ଗ୍ରାହକମାନଙ୍କୁ ଆଣି ପୀଡିତା ମହିଳାଙ୍କ ନିକଟକୁ ପଠାଉଦେଉଥିଲେ । କିଛି ଦିନ ପରେ ଯେତେବେଳେ ପୀଡିତା ଅସୁସ୍ଥ ହୋଇପଡିଲେ ସେତେବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ କହିଥିଲେ ଯେ ସେ ଗର୍ଭବତୀ ଅଛନ୍ତି । ରିପୋର୍ଟ ଦେଖି ମହିଳାଙ୍କ ସ୍ବାମୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେତେବେଳେ ମହିଳା ଜଣଙ୍କ ସହ ହୋଇଥିବା ଘଟଣା ସଂପର୍କରେ କହିଥିଲେ । ଘଟଣା ପଦାକୁ ଆସିବା ପରେ ଘର ମାଲିକ ଏବଂ ଆଶାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଥିଲା ।

   Related Posts