ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସଙ୍କୁ ତଡୁଛନ୍ତି ଘର ମାଲିକ: କ୍ଷୁବ୍ଧ ଅମିତ ଶାହା, ଆକ୍ସନ ପାଇଁ ପୋଲିସକୁ ଦେଲେ ନିର୍ଦ୍ଦେଶ

Published By : Prameya-News7 Bureau | March 24, 2020 IST

ନୂଆଦିଲ୍ଲୀ, ୨୪ ୦୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୩ରେ ପହଁଚିଛି । ଏହା ମଧ୍ୟରୁ ୯ଜଣ ପ୍ରାଣ ମଧ୍ୟ ହରାଇ ସାରିଲେଣି । ଏହି ମହାମାରୀକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଛି । କିଛି ସ୍ଥାନରେ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଛି ।

{"id":243563,"width":749,"height":529,"sizeSlug":"large"}

ତେବେ ସାରା ଦେଶରେ ସ୍ୱାସ୍ଥ୍ୟକର୍ମୀମାନେ କରୋନା ମୁକାବିଲା ପାଇଁ ଦିନ ରାତି ଏକ କରି ଦେଇଛନ୍ତି । ବିଭିନ୍ନ ମେଡିକାଲରେ ଡାକ୍ତର, ନର୍ସ ଆଦି ସଂକ୍ରମିତଙ୍କୁ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦେଉଛନ୍ତି । କିନ୍ତୁ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଏହି ଡାକ୍ତର, ନର୍ସମାନଙ୍କୁ ଦିଲ୍ଲୀରେ ନାନା ଅସୁବିଧାର ସମ୍ମୁଖୀନ କରିବାକୁ ପଡୁଛି । ସେମାନେ ରହୁଥିବା ଘର ମାଲିକମାନେ ସେମାନଙ୍କୁ ଘର ଖାଲି କରିବା ପାଇଁ କହୁଛନ୍ତି । ଏହି ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏପରି କହୁଥିବା ଘର ମାଲିକଙ୍କ ବିରୋଧରେ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

{"id":243564,"width":764,"height":463,"sizeSlug":"large"}

ରେସିଡେଣ୍ଟ ଡାକ୍ତର ଆସୋସିଏସନର ସମ୍ପାଦକ ଏସ ରାଜକୁମାର କହିଛନ୍ତି ଯେ, କେନ୍ଦ୍ର ଗୃହମନ୍ତ୍ରୀ ଏମସର ରେସିଡେଣ୍ଟ ଡାକ୍ତର ଆସୋସିଏସନକୁ ଫୋନ କରିଥିଲୋ ସେ ଘର ଖାଲି କରିବାକୁ ଘର ମାଲିକ ଦେଉଥିବା ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି । ଏହା ବିରୋଧରେ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ପୂର୍ବରୁ ଏମସର ରେସିଡେଣ୍ଟ ଡାକ୍ତର ଆସୋସିଏସନ ଅମିତଙ୍କୁ ଚିଠି ଲେଖି ଏହି ମାମଲାରେ ହସ୍ତକ୍ଷେପ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.