ବିବାଦରେ ବିଧାୟିକା କୁସୁମ ଟେଟେ, ଅଫିସ ଅଫ୍ ପ୍ରଫିଟ୍ ଅଭିଯୋଗରେ ଛନ୍ଦି ହୋଇଛନ୍ତି
25/11/2020 at 3:51 PM

ଭୁବନେଶ୍ୱର ୨୫।୧୧: ବିବାଦରେ ବିଧାୟିକା କୁସୁମ ଟେଟେ। ଅଫିସ ଅଫ୍ ପ୍ରଫିଟ୍ ଅଭିଯୋଗରେ ଛନ୍ଦି ହୋଇଛନ୍ତି କୁସୁମ। ସୁନ୍ଦରଗଡ଼ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲର ଚେୟାରମ୍ୟାନ୍ ଥାଇ ବିଧାୟକ ଭାବେ ଲଢ଼ିବା ଏବଂ ନିର୍ବାଚନ ଜିତିବା ପରେ ମଧ୍ୟ ସେହି ପଦବୀରେ ରହିଥିବା ନେଇ ଅଭିଯୋଗ ଆସିଛି।
ଖବର ଅନୁଯାୟୀ, କୁସୁମ ଟେଟେ ତାଙ୍କ ନିର୍ବାଚନୀ ସତ୍ୟପାଠରେ ଏ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଛି । ଏମିତିକି କୁସୁମ ଟେଟେ ସୁନ୍ଦରଗଡ଼ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲର ଚେୟାରମ୍ୟାନ ସହ ଭାଇସ ଚେୟାରମ୍ୟାନ୍ ୨ଟି ପଦ ରେ ଏକ ସମୟରେ ରହିଥିଲେ। ଏନେଇ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ ପହଞ୍ଚିବା ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏହାର ସତ୍ୟାସତ୍ୟ ଯାଞ୍ଚ ପାଇଁ ପଠାଇ ଦେଇଥିଲେ ରାଜ୍ୟପାଳ। ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଘଟଣାର ତଦନ୍ତ କରିବା ସହ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ସୁପାରିଶ କରିଥିଲେ। ତେବେ ଏ ନେଇ ପ୍ରତିକ୍ରିୟା ରଖି କୁସୁମ ଟେଟେ କହିଛନ୍ତି ଯେ ମୋତେ ଜିଲ୍ଲାପାଳ ନିଯୁକ୍ତି ଦେଇନଥିଲେ ଯେ ମୁଁ ତାଙ୍କୁ ଇସ୍ତଫା ପତ୍ର ଦେବି। ପ୍ରାର୍ଥୀପତ୍ର ଯାଞ୍ଚ ବେଳେ ସରକାର କଣ କରୁଥିଲେ। ସେତେବେଳେ ମୋତେ କେମିତି ଟିକେଟ୍ ମିଳିଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।