ଭୟାବହ ଅଗ୍ନିକାଣ୍ଡ ; ଜଳିଗଲା ୬ବଖରା ଘର
9/02/2019 at 9:40 AM

ଭଦ୍ରକ ୯|୨: ଭଦ୍ରକ ଜିଲ୍ଲା ଅଗେଇବେହେରା ଗାଁରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ଫଳରେ ୬ ବଖରା ଘର ଭସ୍ମୀଭୂତ ହୋଇଛି । ଗାଁର କାହ୍ନୁଚରଣ ସାହୁଙ୍କ ଘରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ବିଳମ୍ବିତ ରାତିରେ ନିଆଁ ଲାଗିଥିବାରୁ ନିକଟରେ ଥିବା ଅନ୍ୟ ଘରକୁ ନିଆଁ ବ୍ୟାପି ଯାଇଥିଲା । ନିଆଁ ଝାସରେ ଘରୁ କୌଣସି ଆସବାବପତ୍ର ବାହାର କରିପାରିନଥିଲେ ଲୋକେ । ତେବେ ବିଦ୍ୟୁତ୍ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଭଣ୍ଡାରିପୋଖରୀ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛି ।
Related Posts
ଚଳନ୍ତା କାର୍ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
26 January 2021