Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଆସନ୍ତାକାଲି ବିଧାନସଭାରେ ଉପସ୍ଥାପିତ ହେବ ଅଭିଜିତ ଆୟର ମିତ୍ର ସଂପର୍କୀତ ଚୂଡାନ୍ତ ରିପୋର୍ଟ

15/11/2018 at 3:56 PM

ଭୁବନେଶ୍ବର ୧୫|୧୧:  ଅଭିଜିତ ଆୟର ମିତ୍ର ପ୍ରସଙ୍ଗରେ ଆସନ୍ତାକାଲି ରିପୋର୍ଟ ଉପସ୍ଥାପନ ହେବ । ବିଧାନସଭା ଗୃହ କମିଟି ଏହି ରିପୋର୍ଟ ଉପସ୍ଥାପନ କରିବ । ଆଜି ସ୍ବାଧିକାର ଭଙ୍ଗ ନେଇ ଗୃହ କମିଟି ବୈଠକ ବସିଥିଲା । ସତ୍ୟାପାଠ ଓ ବୟାନ ଆଧାରରେ ରିପୋର୍ଟ ପ୍ରସ୍ତୁତ ହୋଇଛି । ଆସନ୍ତାକାଲି ଗୃହରେ ଚୂଡାନ୍ତ ରିପୋର୍ଟ ଉପସ୍ଥାପନ କରାଯିବ । ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗୃହ କମିଟି ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।

ସେପ୍ଟେମ୍ବର ୧୫ ତାରିଖରେ କୋଣାର୍କ ମନ୍ଦିର ପରିସରରେ ଠିଆ ହୋଇ କୋଣାର୍କ ମନ୍ଦିର ସମ୍ପର୍କରେ ଏକ ଅରୁଚିକର ମନ୍ତବ୍ୟ ସୁଟ୍‌ କରି ଟ୍ବିଟରରେ ଅପଲୋଡ କରିଥିଲେ ଅଭିଜିତ ଆୟାର ମିତ୍ର । ଏହାକୁ ନେଇ ରାଜ୍ୟରେ ତୁମ୍ବି ତୋଫାନ ହୋଇଥିଲା । ପରେ ପରେ ଅଭିଜିତଙ୍କ ଏକ ବର୍ଷେ ତଳର ଟ୍ବିଟ୍ ନେଇ ପୁଣି ଉଠିଥିଲା ଝଡ । ବର୍ଷେ ତଳର ଏହି ଟ୍ବିଟରେ ଅଭିଜିତ ଶ୍ରୀଜଗନ୍ନାଥ କୋଲକାତାର ବୋଲି ଦର୍ଶାଇବା ସହ ତାଙ୍କୁ ଓଡିଆମାନେ ଚୋରୀ କରିଆଣିଛନ୍ତି ବୋଲି ଲେଖିଥିଲେ । ସେହିଭଳି ଓରି ଶାଲା ବୋଲି ବଂଗାଳୀମାନଙ୍କ ଗାଳିରୁ ଓଡିଶା ରାଜ୍ୟର ନାମ ହୋଇଛି ବୋଲି ଅରୁଚିକର ମନ୍ତବ୍ୟ ପ୍ରଦାନ କରିଥିଲେ । ପରେ ନୂଆଦିଲ୍ଲୀଠାରେ ନ୍ୟୁଜ୍ -୭କୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେବାବେଳେ ଅଭିଜିତ ଓଡିଶା ବିଧାନସଭା ସଦସ୍ୟଙ୍କୁ ବୁଦ୍ଦୁ ବୋଲି କହି ଅଧିକ ବିବାଦୀୟ ହୋଇପଡିଥିଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧାନସଭାରେ ଏକ ଗୃହ କମିଟି ଗଠନ ହୋଇଥିଲା । କମିଟିରେ ହାଜର ହେବା ପାଇଁ ଅଭିଜିତଙ୍କୁ ସମନ ଜାରି କରାଯାଇଥିଲା । ଅକ୍ଟୋବର ୨୩ ତାରିଖରେ ଅଭିଜିତ ଗୃହ କମିଟିରେ ହାଜର ହୋଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ । ତେବେ ସେ ହାଉସକମିଟିରୁ ପଦାକୁ ଆସିବାମାତ୍ରେ କୋଣାର୍କ ପୋଲିସ ତାଙ୍କୁ ଗିରଫ କରିଥିଲା । ସୂଚନାଯୋଗ୍ୟ ଯେ, ପୂର୍ବରୁ ସୁପ୍ରିମକୋର୍ଟ ତାଙ୍କ ଆଗୁଆ ଆବେଦନକୁ ଖାରଜ କରି କୋଣାର୍କ ପୋଲିସ ପାଖରେ ଆତ୍ମସମର୍ପଣ କରିବାକୁ କହିଥିଲେ । ଏଭଳି ମନ୍ତବ୍ୟ ପାଇଁ ଅଭିଜିତଙ୍କୁ ସୁପ୍ରମିକୋର୍ଟ ଭତ୍ସନା ମଧ୍ୟ କରିଥିଲେ । ଅଭିଜିତଙ୍କ ପାଇଁ ଜେଲ ହିଁ ସୁରକ୍ଷିତ ସ୍ଥାନ ବୋଲି ସୁପ୍ରିମକୋର୍ଟ କହିଥିଲେ ।

   Related Posts