ଆରମ୍ଭ ହେଲା ବିଧାନସଭା ଗୃହ କମିଟି ବୈଠକ; ଅଭିଜିତ୍ ଆୟାର ମିତ୍ର ହାଜର ହେବେ କି ନାହିଁ ସନ୍ଦେହ

Published By : Prameya-News7 Bureau | October 11, 2018 IST

ଭୁବନେଶ୍ବର ୧୧|୧୦:  ଆଜି ବିଧାନସଭା ଗୃହ କମିଟି ଆଗରେ ଅଭିଜିତ୍ ଆୟାର ମିତ୍ର ହାଜର ହେବା କଥା । ରାଜ୍ୟ ଓ ରାଜ୍ୟର ବିଧାୟକଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ୍ ଆୟାରଙ୍କ ବିରୋଧରେ ଗତ ସେପ୍ଟେମ୍ବର ୨୮ରେ ସ୍ବାଧିକାର ଭଙ୍ଗ ନୋଟିସ୍ ଆଧାରରେ ସମନ୍ ଜାରି କରିଥିଲା ବିଧାନସଭା ଗୃହ କମିଟି । ଆକ୍ଟୋବର ୧୧ତାରିଖରେ ଗୃହ କମିଟି ନିକଟରେ ହାଜର ହେବାକୁ ପଠାଯାଇଥିଲା ସମନ । ସେଥିପାଇଁ ବିଧାନସଭାର ସମ୍ମିଳନୀ କକ୍ଷରେ କମିଟିର ବୈଠକ ଆରମ୍ଭ ହୋଇଛି । ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କମିଟିର ଅନ୍ୟ ୫ ଜଣ ସଦସ୍ୟ ବୈଠକରେ ଉପସ୍ଥିତ ଅଛନ୍ତି । କିନ୍ତୁ ଅଭିଜିତ୍ ଆଜି ଗୃହ କମିଟି ନିକଟରେ ହାଜର ହେବେ ନା ନାହିଁ ତାକୁ ଉଠିଛି ପ୍ରଶ୍ନ । ଏଥିପାଇଁ ଯେ ବାତ୍ୟା ‘ତିତଲି’ ପାଇଁ ଅନେକ ବିମାନ ଓ ଟ୍ରେନ୍ ସେବା ବାତିଲ୍ ହୋଇଛି । ଏହାସହ ସୁପ୍ରିମକୋର୍ଟରୁ ଜାମିନ୍ ଖାରଜ ପରଠୁ ଅଭିଜିତଙ୍କ ପତ୍ତା ମିଳୁନି । ପୂର୍ବରୁ ଅଭିଜିତ୍ କୋଣାର୍କ ଥାନାରେ ହାଜର ପାଇଁ ପୁରୀ ଏସ୍ ପିଙ୍କ ଠାରୁ ସୁରକ୍ଷା ଲୋଡିଥିଲେ ।  କିନ୍ତୁ ଆସିଲେନି । ଏହାସହ ଅଭିଜିତ୍ ତାଙ୍କ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରି ବାଚସ୍ପତି ଏବଂ ସ୍ବାଧିକାର ଭଙ୍ଗ ପ୍ରସଙ୍ଗରେ ଗଠିତ ଗୃହ କମିଟିକୁ ଲିଖିତ ଭାବେ ଜଣାଇଛନ୍ତି । ଅଭିଜିତ ନଆସିଲେ ସେ ଦୁଃଖପ୍ରକାଶ କରି ଦେଇଥିବା ପତ୍ର ଉପରେ ଗୃହ କମିଟି ତର୍ଜମା କରି ପଦକ୍ଷେପ ନେଇପାରେ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.