ଲଗାଣ ବର୍ଷା ଲାଗି ଭାଙ୍ଗିଗଲା ଘରର କାନ୍ଥ, ଅଳ୍ପକେ ବର୍ତ୍ତିଗଲେ ପରିବାର ସଦସ୍ୟ

Published By : Prameya-News7 Bureau | August 20, 2020 IST

ପାଟଣା ୨୦।୦୮: କେନ୍ଦୁଝର ଜିଲ୍ଲାରେ ଦୁଇଦିନ ହେଲା ଲଘୁଚାପ ଜନିତ ବର୍ଷା ଜାରି ରହିଛି । ତେବେ ଲଗାଣ ବର୍ଷାରେ ସାହାରପଡା ବ୍ଲକ ଲୁଙ୍ଗା ଗାଁରେ ଗୋଟିଏ ପରିବାର ବାସହରା ହୋଇଯାଇଛନ୍ତି। ଲଗାଣ ବର୍ଷା ଫଳରେ ଗୋଟିଏ ଘରର କାନ୍ଥ ଭୁଷୁଡିପଡିଛି । ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ସଦସ୍ୟ ।

{"id":317269,"sizeSlug":"large"}

ସୂଚନାଯୋଗ୍ୟ ଯେ, ବିଳମ୍ବିତ ରାତିରେ ଶୋଇଥିବା ବେଳେ ଗାଁର ଘନଶ୍ୟାମ ମୁଣ୍ଡାଙ୍କ ଘରର କାନ୍ଥ ଖସିପଡିଛି। ଦୁର୍ଘଟଣାରେ ପରିବାରର ୬ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଯାଉଛନ୍ତି। ଘନଶ୍ୟାମ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ପୂର୍ବରୁ ବହୁ ବାର ସରକାରଙ୍କ ଆବାସ ଯୋଜନାରେ ଘର ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କୁ ଘରଟିଏ ମିଳିନଥିଲା , ଯାହାଫଳରେ ମାଟି ଘରେ ରହିଆସୁଥିଲେ । ତେବେ ଲଗାଣ ବର୍ଷା ଘନଶ୍ୟାମଙ୍କ ଉପରେ ଦାଉ ସାଧି ବାସହରା କରିଦେଇଛି। ଘନଶ୍ୟାମଙ୍କୁ ଖୁବ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.