Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||
  • ୫ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର କଟକଣା : ରହିବେ ୭ଦିନ ହୋମ୍ ଆଇସୋଲେସନ୍‌ରେ
  • ||
  • ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ, କମ୍ବିଂ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୬ କୋଭିଡ୍ ପଜିଟିଭ୍, ୩୩୭୧୦୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଲଗାଣ ବର୍ଷ। ଯୋଗୁଁ ଘର ଭୁଶୁଡି ପଡିଲା

11/08/2018 at 4:05 PM

କେନ୍ଦୁଝର ୧୧/ ୮ :- ଅଳ୍ପକେ ବର୍ତ୍ତିଗଲେ ବୃଦ୍ଧ ଦମ୍ପତି । କିନ୍ତୁ କେବଳ ପିନ୍ଧାଲୁଗା ଛଡା ସବୁ କିଛି ଭଙ୍ଗା ଘର ତଳେ ଦବିଯାଇଛି । ଏବେ ପରପିଣ୍ଡାରେ କଟୁଛି ଦିନରାତି । ପ୍ରାକୃତିକ ର୍ଦୁବିପାକ କ୍ଷତିଗ୍ରସ୍ତଙ୍କ ପାଇଁ ସ୍ବତନ୍ତ୍ର ସରକାରୀ ସହାୟତା ମିଳିବା ବ୍ୟବସ୍ତା ରହିଛି । ହେଲେ ଘଟଣାର ୫ଦିନ ପରେ ବି ସରକାରୀ ବାବୁଙ୍କ ପାଖରେ ଖବର ନାହିଁ ।କଷ୍ଟେମଷ୍ଟେ ଜୀବନ ଚାଲିଥିଲା ।ବୋଝ ଉପରେ ନଳିତା ବିଡା ଭଳି ପଡି ଯାଇଥିଲା ଲଗାଣ ବର୍ଷା । ଝାଟିମାଟି ଘର ଖଣ୍ଡିକ ଭୁଶୁଡି ପଡିଥିଲା । ଅନ୍ତଦ୍ୟୋୟ ଯୋଜନାରେ ୩୫କିଲୋ ଚାଉଳ, ବାର୍ଦ୍ଧକ୍ୟ ଭତ୍ତା ତିନିଶହ ଟଙ୍କା ଆଉ ପୁଅର ସ୍ବଳ୍ପ ଆୟରେ କେନ୍ଦୁଝର ଘସିପୁରା ବ୍ଲକ୍ ମଦନପୁର ପଞ୍ଚାୟତ ସଟତୀରା ଗାଁର ଯୁଧିଷ୍ଠିର ସାହୁ ପରିବାର ଚଳାଉଥିଲେ । ଝାଟିମାଟି ଦୁଇବଖରା ଚାଳଘର ଆଉ ଗୋଟିଏ ଏକ ଗୁହାଳଘର ଥିଲା ସମ୍ପତ୍ତି। ଏଭିତରେ ଦୁଖେ କଷ୍ଟେ ଚଳୁଥିଲେ ତିନି ପ୍ରାଣୀ । ଗତ ୭ତାରିଖ ସଂଧ୍ୟାରେ ସବୁକିଛି ଓଲଟ ପାଲଟ ହୋଇ ଯାଇଥିଲା । ଯୁଧିଷ୍ଠିର ଏବଂ ପତ୍ନୀ ସ୍ନେହଲତା ସେଦିନ ସଂଧ୍ୟାରେ ମଠକୁ ହରିନାମ ଜପିବାକୁ ଯାଇଥିଲେ । ସେଇଠି ଖବର ମିଳିଲା ଘର ଭୂଶୁଡିପଡିଛି । କେବଳ ପିନ୍ଧା ଲୁଗା ଛଡା ଆଉକିଛି ବଂଚିନଥିଲା । ଘଟଣାକୁ ୫ଦିନ ବିତିଲାଣି । ଗାଇଗୋରୁ ସବୁ ଏମିତି ଦାଣ୍ଡଦୁଆରେ ବନ୍ଧା ହୋଇଛନ୍ତି । ବୃଦ୍ଧ ଦମ୍ପତିଙ୍କୁ ଗାଁ ଲୋକ ପାଳିକରି ଦିନକୁ ଦୁଇମୁଠା ଖାଇବାକୁ ଦେଉଛନ୍ତି । ପର ଦୁଆରେ ମୁଣ୍ଡଗୁଞ୍ଚି ରାତି ବିତାଉଛନ୍ତି ଏମାନେ ।

   Related Posts