Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କାଳବୈଶାଖୀର ତାଣ୍ଡବ, ଘନ ଘନ ବଜ୍ରପାତରେ ଜଳିଗଲା ଚାଳ ଛପର ଘର

11/05/2021 at 6:47 PM

 ସାନଖେମୁଣ୍ଡି ,୧୦/୦୫: ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ଗତ ୩-୪ ଦିନ ହେଲା କ୍ରମାଗତ ଭାବେ କାଳବୈଶାଖୀର ତାଣ୍ଡବ ପରିଲକ୍ଷିତ ହୋଇଛି ।  ଅପରାହ୍ନ ସମୟ ଆସିଲେ ଆକାଶ ହଠାତ୍ ମେଘାଚ୍ଛନ୍ନ ହୋଇ ପ୍ରଚଣ୍ଡ ଘଡଘଡି ସହ ବର୍ଷା ହେଉଛି ।

ମଧ୍ୟାହ୍ନରେ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସକୁ ଅତିକ୍ରାନ୍ତ କରିଥିଲା । ସକାଳୁ ସକାଳୁ ଗୁଳୁଗୁଳି କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଅପରାହ୍ନରେ ତୁହାକୁ ତୁହା ଅଦିନିଆ ବର୍ଷା ସାଧାରଣରେ ଆଶ୍ୱସ୍ତି ଆଣିଥିଲା । କିନ୍ତୁ ଅପରାହ୍ନରେ  ଅକସ୍ମାତ ପ୍ରବଳ ପବନ ସହିତ ଘନ ଘନ ବଜ୍ରପାତ ପରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇପଡ଼ିଥିଲା ।

ସାନଖେମୁଣ୍ଡି ବ୍ଲକ ଅଧିନ ପାଟପୁର, ଗଙ୍ଗାପୁର, ଜୀଉରା,ଏସ. ଗୋପାଳପୁର, ସାହାସପୁର, ଚୁଡଙ୍ଗପୁର, କଲରାପଦର, ଗୌତମୀ ଆଦି ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଝଡବର୍ଷା ସହ ବଜ୍ରପାତ ହୋଇଥିଲା । ବର୍ଷା ପୂର୍ବରୁ ପ୍ରବଳ ବେଗରେ ପବନ କାରଣରୁ ଅନେକ ଗାଁର ଚାଳ ଛପର ବାସଗୃହ ଗୁଡ଼ିକ ଅନେକାଂଶରେ କ୍ଷତିଗ୍ରସ୍ତ ହୋଇଥିବା ଖବର ମିଳିଛି ।

ଗତକାଲି ଗୌତମୀ ଗ୍ରାମରେ ବିଚିତ୍ର ଦାସଙ୍କ ଚାଳ ଛପର ଝାଟି ମାଟିରେ ନିର୍ମିତ ବାସଗୃହ ଉପରେ ବଜ୍ରପାତ ହେବାରୁ ବାସଗୃହଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ନେଇ ସ୍ଥାନୀୟ ସରପଞ୍ଚ ସୁଶାନ୍ତ କୁମାର ସ୍ବାଇଁ କହିଛନ୍ତି । ବିଚିତ୍ର ଜଣେ ନିହାତି ଗରିବ ଅସହାୟ ବ୍ୟକ୍ତି ହୋଇଥିବାରୁ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇଦେବାକୁ ସେ ଦାବି କରିଛନ୍ତି । ବିପନ୍ନ ପରିବାରଙ୍କୁ ପଞ୍ଚାୟତ ପକ୍ଷରୁ ଆବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ସେ ଜଣାଇଛନ୍ତି ।

   Related Posts