କବାଟରେ ତାଲା ପକାଇ ଘର ଜାଳିଦେଲେ ଦୁର୍ବୃତ୍ତ : ୫ ବଖରା ଘର ସଂପୂର୍ଣ୍ଣ ଭସ୍ମୀଭୂତ

Published By : Prameya-News7 Bureau | October 07, 2019 IST

କଟକ ୭/୧୦: ତାଲା ପକାଇ ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । କଟକ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ବର ଫାଣ୍ଡି ବାଲିପଡା ପାଟଣା ସାହିରେ ଅଘଟଣ । ଏଥିରେ ୫ ବଖରା ଘର ସଂପୂର୍ଣ୍ଣ  ଜଳି ଯାଇଛି । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକ ।

{"id":167119,"width":589,"height":441}

ଘର ଜଳୁଥିବା ବେଳେ ତା ଭିତରେ ୪ଜଣ ଥିଲେ । ସେମାନଙ୍କ ଭିତରେ ଜଣେ ବୃଦ୍ଧା, ଜଣେ ଯୁବକ ଏବଂ ୨ଜଣ ମହିଳା ଥିଲେ । ପୂର୍ବ ଶତ୍ରୁତାରୁ ନେଇ ୨ ପରିବାର ମଧ୍ୟରେ ପୂର୍ବରୁ ବିବାଦ ରହିଥିଲା । ଏହି ବିବାଦ ଉଗ୍ର ରୂପ ନେଇଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଗାଁର ବସନ୍ତ ସାମଲ ଓ ଗୋଲାପ ବେହୁରାଙ୍କ ପରିବାର ମଧ୍ୟରେ କିଛି ଦିନ ହେଲା ବାଦ ବିବାଦ ଚାଲିଥିଲା । ଗୋଲାପ ଓ ତାଙ୍କ ଘର ଲୋକେ ଶୋଇଥିବା ବେଳେ ବସନ୍ତଙ୍କ ପରିବାର ଲୋକେ ନିଆଁ ଲଗାଇ ଦେଇଥିବା ମାହାଙ୍ଗା ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଗୋଲାପ ବେହୁରାକୁ ପୋଲିସ ଉଠାଇ ନେଇଥିବା ବେଳେ ଅନ୍ୟମାନେ ଫେରାର ଅଛନ୍ତି ।..

{"id":167121,"width":585,"height":320}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.