ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ

Published By : Prameya-News7 Bureau | December 23, 2018 IST

ନବରଙ୍ଗପୁର ୨୩|୧୨: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ଗୋପିଗୁଡାରେ ବିଳମ୍ବିତ ରାତିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ ହୋଇଯାଇଛି | ନିଆଁ ଲାଗିବର ପ୍ରକୃତ କାରଣ ଜଣାପଡିନଥିବା ବେଳେ, ସ୍ଥାନୀୟ ଲୋକ ନିଆଁକୁ ଆୟତ କରିଥିଲେ | ରାତ୍ର ପ୍ରାୟ ୧୨ଟା ୩୦ରେ ନିଆଁ ଲାଗିଥିବା ଜଣାପଡିଥିଲା | ଚାହୁଁ ଚାହୁଁ ଦୋକାନ ଘର ସହ ତିନି ବଖରା ଘର ପୋଡ଼ିଯାଇଥିଲା | ଅଗ୍ନିକାଣ୍ଡ ଘଟି ୧୦ କୁଇଣ୍ଟାଲ ଧାନ, ନଗଦ ଟଙ୍କା, ଦୋକାନ ଜିନିଷ, ୧୦ଟି କୁକୁଡ଼ା ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ବେଳେ ୨ଟି ବଳଦ ଆଂଶିକ ପୋଡ଼ିଯାଇଛନ୍ତି | ପରିବାରକୁ ସହାୟତା ପ୍ରଦାନ ଲାଗି ଦାବି ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.