କେନ୍ଦ୍ରାପଡା ମାର୍ଶାଘାଇରେ ଭୟାବହ ଅଗ୍ନିକାଣ୍ଡ ; ଆସବାବପତ୍ର ସହ ଜଳିଗଲା ୮ବଖରା ଘର

Published By : Prameya-News7 Bureau | October 04, 2018 IST

କେନ୍ଦ୍ରାପଡା ୪|୧୦:  କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଦୁମୁକା ପଞ୍ଚାୟତ ଗିରଙ୍ଗ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡରେ ୪ଟି ପରିବାରର ୮ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ଯୋଗୁଁ ଘରର ସମସ୍ତ ଆସବାପତ୍ର, ଧାନ ଚାଉଳ ପୋଡି ପାଉଁଶ ହୋଇଯାଇଛି। ଗତକାଲି  ବିଳମ୍ବିତ ରାତିରେ  ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡର କାରଣ  ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ। ମାର୍ଶାଘାଇ ଓ ମହାକାଳପଡାର ଦୁଇଟି ଅଗ୍ନିଶମ ବିଭାଗର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.