ସ୍ୱାମୀ ଜୀବନ୍ତ ନାୟକ ବାହାରକୁ ଯାଇଥିବା ବେଳେ ସର୍ଟ-ସର୍କିଟରେ ଜଳିଗଲା ଏଏନଏମଙ୍କ ଗୃହ

Published By : Prameya-News7 Bureau | October 28, 2021 IST

ଦାରିଙ୍ଗବାଡ଼ି, ୨୮/୧୦: ବ୍ରାହ୍ମଣୀଗାଁ ମେଡିକାଲ ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। ଦିନ ପ୍ରାୟ ୧୧ଟା ୩୦ରେ ମେଡିକାଲ ପରିସର ମଧ୍ୟରେ ଥିବା ଏଏନଏମଙ୍କ ଗୃହ ସର୍ଟସର୍କିଟରେ ଜଳିଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଏଏନଏମ୍ ମିଖଳା ପ୍ରଧାନ ସ୍ଥାନୀୟ ମେଡିକାଲ କାର୍ଯ୍ୟରେ ଥିବା ବେଳେ ତାଙ୍କ ସ୍ୱାମୀ ଜୀବନ୍ତ ନାୟକ ନିଜ କାମରେ ବାହାରକୁ ଯାଇଥିଲେ।

ଏହି ସମୟରେ ତାଙ୍କର ୧୦ ବର୍ଷର ପୁଅ ଘରେ ରହି ଅନଲାଇନ ମାଧ୍ୟମରେ ପାଠ ପଢୁ ଥିଲା । ଅଚାନକ ବେଡ଼ରୁମରୁ ଧୂଆଁ ବାହାରୁ ଥିବା ଦେଖି ଭୟରେ ମେଡିକାଲକୁ ଯାଇ ଖବର ଦେଇଥିଲା । ପରେ ଡାକ୍ତର ପ୍ରମୋଦ କୁମାର ସେଠୀ, ଡ୍ରାଇଭର ଶିବ ପାଢ଼ୀ ଓ ଉପସ୍ଥିତ ଥିବା ଆଶା କର୍ମୀମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ତଥାପି ବେଡ଼ରୁମରେ ଥିବା ଲୁଗାପଟା, ଆସବାବପତ୍ର, ଘରର ବୈଦୁତିକ ତାର ଓ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ପୋଡି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ଏହି ସମୟରେ ଅଗ୍ନିଶ୍ରମ ବିଭାଗକୁ ଜଣାଇଥିଲେ । କିନ୍ତୁ ସେମାନେ ଆସିବା ପୂର୍ବରୁ ଉପସ୍ଥିତ ଲୋକେ ନିଆଁକୁ ଲିଭାଇବାରେ ସଫଳ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.