ନୀଳଗିରିରେ ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇ ଜଳିଗଲା ଘର ; ୬ମାସର ଶିଶୁ ଆହତ

Published By : Prameya-News7 Bureau | September 12, 2018 IST

ବାଲେଶ୍ବର ୧୨|୯: ଗ୍ୟାସ ସିଲିଣ୍ଡର ଲିକ୍ ହୋଇ ଜଳିଗଲା ଘର । ବାଲେଶ୍ବର ଜିଲ୍ଲା ନୀଳଗିରି ଗୁଡିସାଣିଆ ଗାଁରେ ଗ୍ୟାସ୍ ଳିକ୍ ହୋଇ ରବି ବିନ୍ଧାଣିଙ୍କ ଘରେ ଘରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ ୬ ମାସର ଶିଶୁ ଆହତ ହୋଇଛି । ଗୁରୁତର ଶିଶୁଟିକୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗାଁର କାଲା ବିନ୍ଧାଣି ଘରେ ରୋଷେଇ କରୁଥିବ।ବେଳେ ଗ୍ୟାସ ଲିକ୍ ହୋଇଥିଲା । ଫଳରେ ଘର ସମ୍ପୂର୍ଣ୍ଣ ଜଳିପୋଡିଯାଇଛି । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.