Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଘରେ ଲାଗିଗଲା ନିଆଁ : ମା ସହ ୩ ଶିଶୁ ଜୀବନ୍ତ ଦଗ୍ଧ, କାରଣ ଅସ୍ପଷ୍ଟ

26/12/2020 at 3:46 PM

ଲକ୍ଷ୍ନୌ ୨୬/୧୨ : ଉତ୍ତର ପ୍ରଦେଶର ବାନ୍ଦାରେ ଏକ ଅଭାବନୀୟ ଘଟଣା ଘଟିଛି । କୌଣସି କାରଣରୁ ଘରେ ନିଆଁ ଲାଗିଯିବା ଫଳରେ ମାଙ୍କ ସମେତ ୩ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି । ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସର୍ଟସର୍କିଟ୍‌ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘରେ କାଠ ଏବଂ କୁଟା ଭର୍ତ୍ତି ହୋଇଥିବାରୁ ନିଆଁକୁ ଆୟତ କରିବା ସମ୍ଭବ ହୋଇପାରିନଥିଲା । ନିଆଁ ଏତେ ବ୍ୟାପକ ଥିଲା ଯେ ଘରେ ଫସିରହିଥିବା ଲୋକେ ବାହାରକୁ ବାହାରିବାକୁ ସକ୍ଷମ ହୋଇପାରିନଥିଲେ । ସ୍ଥାନୀୟ ଲୋକେ ମଧ୍ୟ ନିଆଁର ଭୟାବହତାକୁ ଦେଖି ଭିତରକୁ ଯିବାକୁ ସାହସ କରିପାରିନଥିଲେ ।

ସୂଚନା ଅନୁସାରେ ଭୋର ପ୍ରାୟ ସାଢେ ୪ଟା ବେଳେ ଘରେ ନିଆଁଲାଗି ଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । କିନ୍ତୁ ଘରେ ଫସିରହିଥିବା ଲୋକଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ଏଥିରେ ପରିବାରର ଜଣେ ମହିଳାଙ୍କ ସମେତ ୩ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଦୁବେ ଜିଲ୍ଲାର ପୁର୍ବ ମଜରା ନିବାସୀ କାଲ୍ଲୁ  ରାଜସ୍ଥାନରେ ରହି କାମ କରନ୍ତି । ତାଙ୍କର ପତ୍ନୀ ସଙ୍ଗୀତା (୩୫ ବର୍ଷ) ଓ ୩ ଜଣ ଶିଶୁ ଅଞ୍ଜଳୀ (୯ ବର୍ଷ), ଆଶୀଷ (୬ ବର୍ଷ) ଏବଂ ଛୋଟୀ (୩ ବର୍ଷ) ସେଠାରେ ରହୁଥିଲେ ।

ନିଆଁ ଲାଗିଯିବା ଫଳରେ ଘରୁ ବାହାରିବା ସମ୍ଭବ ହୋଇନଥିଲା ଏବଂ ମା ସମେତ ୩ ଜଣ ଶିଶୁ ନିଆଁରେ ପୋଡି ହୋଇ ମୃତ୍ୟୁବରଣ କରିଛନ୍ତି । ଘଟଣାକୁ ନେଇ ଏସପି ପ୍ରତାପ ଚୌହାନ କହିଛନ୍ତି ଯେ, ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଶବଗୁଡିକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ଅଧିକ ତଦନ୍ତ ଜାରି ରହିଛି ।

   Related Posts