ଶିଶୁ ନିଖୋଜ ଓ ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ନେଇ ହୁଲସ୍ତୁଲ ବିଧାନସଭା, ୩ଟା ଯାଏଁ ଗୃହ ମୁଲତବି

Published By : Prameya-News7 Bureau | July 23, 2019 IST

ଭୁବନେଶ୍ବର ୨୩|୭:  ଶିଶୁ ନିଖୋଜ ଓ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଆଜି ବି ହୁଲସ୍ତୁଲ ବିଧାନସଭା । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଗୃହରେ ହୋହଲ୍ଲା କରିଥିଲେ । ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ୍ ନିକଟରେ ନାରାବାଜି ସହ ହୋହଲ୍ଲା କରୁଥିବା ବେଳେ କଂଗ୍ରେସ ସଦସ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ ନାରାବାଜି କରିଥିଲେ । ଗୃହ କମିଟି ଗଠନ ହେଉ ନହେଲେ ସରକାର ଆଲଚନାକୁ ଆସନ୍ତୁ ବୋଲି ବିରୋଧୀ ଦାବି କରିଥିଲେ । କିନ୍ତୁ ବାଚସ୍ପତି ବିରୋଧୀଙ୍କ ଦାବି ନଶୁଣିବାରୁ ଗୃହରେ ହଟ୍ଟଗୋଳ ବଢିଥିଲା । ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.