ପେଗାସସ୍‌ ଏବଂ କୃଷି ଆଇନ୍‌କୁ ନେଇ ସଂସଦରେ ହଟ୍ଟଗୋଳ, ଅଗଷ୍ଟ ୨ ଯାଏଁ ଗୃହ ମୁଲତବୀ

Published By : Prameya-News7 Bureau | July 30, 2021 IST

ନୂଆଦିଲ୍ଲୀ, ୩୦/୦୭: ଦେଶରେ ପୂର୍ବରୁ କୃଷି ଆଇନ୍‌କୁ ବିରୋଧ କରି ଆନ୍ଦୋଳନ ଜାରି ରହିଥିବା ବେଳେ ଏବେ ପେଗାସସ୍‌ କେନ୍ଦ୍ର ସରକାରଙ୍କ ନିଦ ହଜାଇଲାଣି । ଦିଲ୍ଲୀରେ ଚାଲିଥିବା ମୌସୁମୀ ଅଧିବେଶନରେ ଏହାକୁ ଝଡ଼ ସୃଷ୍ଟି ହୋଇଛି । ବିରୋଧୀ ଏହାକୁ ସଂସଦ ଭିତରେ ହଙ୍ଗାମା କରିଛନ୍ତି ।

ଲୋକସଭାରେ ବିରୋଧୀ ଦଳର ସାଂସଦ ମାନେ କୃଷି ଆଇନ୍‌ ବିରୋଧରେ ହଟ୍ଟଗୋଳ କରିଥିବା ବେଳେ ରାଜ୍ୟସଭାରେ ବିରୋଧୀ ଦଳର ସଦସ୍ୟ ମାନେ ପେଗାସସ୍‌କୁ ନେଇ ହଙ୍ଗାମା କରିଛନ୍ତି । ଫଳରେ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.