Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

୩୨ ବର୍ଷୀୟ ପୁଅର ମୃତ୍ୟୁ ଖବର ଶୁଣୁ ଶୁଣୁ ଚାଲିଗଲା ମାର ଜୀବନ

14/08/2020 at 5:47 PM

ହାଇଦ୍ରାବାଦ ୧୪।୦୮: ତେଲଙ୍ଗାନା ରାଜ୍ୟରେ ଗୋଟିଏ ପରିବାରରେ କରୋନା ଭାଇରସ କାରଣରୁ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର ମୃତ୍ୟୁ ଖବର ଶୁଣୁ ଶୁଣୁ ମାଙ୍କର ମଧ୍ୟ ଦୁଃଖଦ ମୃତ୍ୟୁ ଘଟିଛି। ରାଜ୍ୟର ସଙ୍ଗାରେଡ୍ଡୀ ଜିଲ୍ଲାରେ ଗତ ବୁଧବାର ରାତିରେ କୋଭିଡ୍-୧୯ରେ ସଂକ୍ରମିତ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।  ପୁଅର ମୃତ୍ୟୁ ଖବରକୁ ବରଦାସ୍ତ କରି ପାରିନଥିବା ମା କିଛି ଘଣ୍ଟା ଭିତରେ ଆଖି ବୁଜିଛନ୍ତି। ଉଲ୍ଲେଖନୀୟ ଏହି ୧୩ ସଦସ୍ୟ ବିଶିଷ୍ଟ ପରିବାରରେ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ ପୂରା ପରିବାର ହୋମ କ୍ଵାରେଣ୍ଟାଇନ୍‌ରେ ଥିଲେ।

ସ୍ଥାନୀୟ ଖବର କାଗଜରେ ପ୍ରକାଶିତ ଖବର ଅନୁଯାୟୀ ଉକ୍ତ ପରିବାର ଜିଲ୍ଲାର ନାରାୟଣଖେଡ ଅଞ୍ଚଳରେ ରୁହନ୍ତି। ମଙ୍ଗଳବାର ସକାଳେ ୩୨ ବର୍ଷୀୟ ବ୍ୟକ୍ତି ଏବଂ ତାଙ୍କ ପତ୍ନୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା। ଡାକ୍ତର ଉଭୟଙ୍କୁ ହୋମ କ୍ଵାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଇଥିଲେ। ଏହାକୁ ନେଇ ଡାକ୍ତରଙ୍କ ଉପରେ ଅଭିଯୋଗ ହୋଇଛି ଯେ, ସେ ପରିବାରର ଅନ୍ୟ ସଦସ୍ୟଙ୍କ ବିଷୟରେ ଚିନ୍ତା ନକରି ଉଭୟଙ୍କୁ ହୋମ କ୍ଵାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଲେ କେମିତି। ଏହା ପରେ ବୁଧବାର ଏହି ପରିବାରର ଆଉ ପାଞ୍ଚ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

ବୁଧବାର ରାତିରେ ଘରର ସୋଫାରେ ବିଶ୍ରାମ ନେବା ସମୟରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁରେ ଆଚମ୍ବିତ ହୋଇ ପରିବାରର ଅନ୍ୟ ସଦସ୍ୟ ଉକ୍ତ ବ୍ୟକ୍ତିଙ୍କୁ ଛୁଇଁ ମଧ୍ୟ ନଥିଲେ ଏବଂ ସୋଫା ସହିତ ଶବକୁ ଘର  ବାହାରେ ରଖିଦେଲେ। ସୋଫାରେ ପଡି ରହିଥିବା ଶବ ବାହାରେ ଘଣ୍ଟା ଘଣ୍ଟା ଧରି ବର୍ଷାରେ ଭିଜିଥିଲା। ପରିବାର ଲୋକ ରାତିରେ ଏହାର ସୂଚନା ମୃତ ବ୍ୟକ୍ତିଙ୍କ ମାକୁ ଦେଇନଥିଲେ। ସକାଳେ ଯେବେ ପୁଅର ମୃତ୍ୟୁ କରୋନାରେ ହୋଇଥିବା ସୂଚନା ଦିଆଗଲା, ଏହା ଶୁଣିବା ମାତ୍ରେ ମା ମୂର୍ଚ୍ଛିତ ହୋଇ ଯାଇଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଥିଲା।

ପଡୋଶୀ କଲେ ନାହିଁ ସାହାଯ୍ୟ

କୁହାଯାଉଛି ମାଙ୍କ ମୃତ୍ୟୁ ପରେ ମଧ୍ୟ ପଡୋଶୀ ପରିବାରକୁ ସାହାଯ୍ୟ କଲେ ନାହିଁ। ଦିନ ବେଳେ ଯେବେ ସ୍ଵାସ୍ଥ୍ୟ ବିଭାଗର କର୍ମଚାରୀ ଆସିଲେ ତେବେ ଯାଇ ଉଭୟ ମା ଓ ପୁଅଙ୍କ ଅନ୍ତିମ ସଂସ୍କାର କରାଗଲା। ସ୍ଥାନୀୟ ଲୋକଙ୍କ କହିବା କଥା ଯଦି ହସ୍ପିଟାଲ କର୍ତ୍ତୃପକ୍ଷ ସଂକ୍ରମିତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରିଥାନ୍ତେ ତେବେ ଏତେ ବଡ ଅଘଟଣ ଘଟିଥାନ୍ତା। ପରିବାର ଅଭିଯୋଗ କରିଛନ୍ତି ସେମାନଙ୍କୁ ହସ୍ପିଟାଲ ପକ୍ଷରୁ କୋଭିଡ୍ କିଟ୍ ଯୋଗାଇ ଦିଆଯାଇନଥିଲା।

   Related Posts