Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଲକ୍ଷ୍ନୌରେ ଅନର କିଲିଂ ସନ୍ଦେହ, ବନ୍ଦ କୋଠରୀରୁ ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ପ୍ରେମୀ ଯୁଗଳଙ୍କ ଶବ

2/06/2019 at 9:06 PM

ଲକ୍ଷ୍ନୌ ୨।୬:  ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଗୁଡମ୍ବା ଅଞ୍ଚଳରେ ପ୍ରେମୀ ଯୁଗଳଙ୍କ ରକ୍ତ ଜୁଡୁବୁଡୁ ଶବ ଏକ ବନ୍ଦ କୋଠରୀରୁ ମିଳିଛି। ପୋଲିସ ସେମାନେ ଆତ୍ମହତ୍ୟା କରିଥିବା କହୁଥିବା ବେଳେ ଏହା ଏକ ଅନର କିଲିଂ ବୋଲି ଏବେ ସନ୍ଦେହ କରାଯାଉଛି। ପୋଲିସ ଶବ ଦୁଇଟିକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇ ମାମଲାର ତଦନ୍ତ ଆରମ୍ଭ କରିଛି।

ପୋଲିସ ସୂଚନା ଅନୁସାରେ ବନ୍ଦ କୋଠରୀରୁ ଏକ ହାତଲେଖା ଚିଠି ମିଳିଛି । ପୋଲିସ ତାକୁ ସୁଇସାଡାଲ ନୋଟ ଭାବେ ଗ୍ରହଣ କରି ମାମଲାର ତଦନ୍ତ କରୁଥିବା କହିଛି। ପ୍ରଥମ ନଜରରେ ଏହା ଏକ ପ୍ରେମପ୍ରକରଣ ଜନିତ ଆତ୍ମହତ୍ୟା ସନ୍ଦେହ କରାଯାଉଥିବା ବେଳେ ଅନର କିଲିଂ ସନ୍ଦେହରେ ପୋଲିସ ଡଗ ସ୍କ୍ବାର୍ଡ ଓ ଫରେନସିକ ଟିମ ଦ୍ବାରା ମାମଲାର ଯାଞ୍ଚ ଚଳାଇଛି। ପୋଲିସ ମୃତକ ୨ ଜଣଙ୍କୁ ଚିହ୍ନଟ କରିଛି। ସେମାନେ ହେଲେ ରାକେଶ କୁମାର ଓ ଶିବାନୀ। ରାକେଶ ବାରାବଙ୍କୀର ହୋଇଥିବା ବେଳେ ଶିବାନୀ ଲକ୍ଷ୍ନୌ ବିକାଶ ନଗରର। ଉଭୟ ଗୁଡମ୍ବା ଆଲୋକ ନଗରରେ ଏକ ଭଡାଘରେ ରହୁଥିବା ବେଳେ  ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ରାକେଶ ଓ ଶିବାନୀ ପତିପତ୍ନୀ ପରିଚୟ ଦେଇ ୬-୭ ମାସ ହେଲା ଘରଭଡାନେଇଥିଲେ। ସେମାନେ ଘରେ ଥିବା ବେଳେ ଏଭଳି ଘଟଣା ଘଟିଛି। କୌଣସି କାରଣ ପାଇଁ ଘର ମାଲିକ ଉପର ଘରକୁ ଯାଇଥିଲେ ଘରେ କୁଲର ବନ୍ଦ ଥିବା ଦେଖି ଦ୍ବାର ବାଡେଇଥିଲେ। ତେବେ ସେମାନେ ଦ୍ବାର ନ ଖୋଲିବାରୁ କବାଟ ଭାଙ୍ଗି ଦେଖିବା ବେଳକୁ ଘର ସାରା ରକ୍ତ ଭାସୁଥିଲା। ଏଣୁ ଘର ମାଲିକ ଘଟଣା ନେଇ ତୁରନ୍ତ ପୋଲିସକୁ ସୂଚିତ କରିଥିଲେ।

   Related Posts