Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ରାଜଧାନୀରେ ଅଗ୍ନିବର୍ଷା : ଦେଶର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର, ମାର୍ଚ୍ଚ ପହିଲାରେ ପାରଦ ୪୦ ଡିଗ୍ରୀ ଛୁଇଁବ !

26/02/2021 at 8:12 AM

ଭୁବନେଶ୍ୱର,୨୬/୦୨: ଏବେଯାଏଁ ଫେବୃଆରୀ ମାସ ସରିନାହିଁ । ମୁଣ୍ଡଫଟା ଖରା ନାକେଦମ୍‌ କଲାଣି । ପାରଦ ପାଖାପାଖି  ପହଞ୍ଚିଗଲାଣି ୪୦ ଡିଗ୍ରୀ ସେଲସିୟସ୍‌ । ଭୁବନେଶ୍ୱର ଲଗାତାର ଦୁଇଦିନ ହେବ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଭୁବନେଶ୍ୱର ସର୍ବୋଚ୍ଚ ତାପମାତ୍ରା ୩୯.୪ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଛି । ରାଜସ୍ଥାନ, ଦିଲ୍ଲୀକୁ ବି ପଛରେ ପକାଇ ଦେଇଛି ଭୁବନେଶ୍ୱର ତାପମାତ୍ରା । କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ୭ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ ଉପରେ ଅଛି ।

ପାଣିପାଗ ବିଭାଗ ଅନୁମାନ ଲଗାଇଛି ଯେ,  ତାତି ଆହୁରି ବଢ଼ିବ । ବର୍ତ୍ତମାନ ଓଡ଼ିଶା ଉପରେ ଅର୍ଥାତ ଭୁବନେଶ୍ୱର ପାଖାପାଖି ଏକ ଗୁରୁଚାପ ବଳୟ ରହିଛି । ଜଳୀୟବାଷ୍ପ ପରିମାଣ ୨୦% ପାଖାପାଖି କମ୍‌ ରହୁଛି । ତେଣୁ ଭୂପୃଷ୍ଠ ପୂରା ଉତ୍ତପ୍ତ ରହୁଛି । ସେଥିପାଇଁ ଭୁବନେଶ୍ୱରରେ ତାପମାତ୍ରା ସବୁଠୁ ଅଧିକ ଅଛି। ୨/୩ ଦିନ ହେବ ଲଗାତାର ତାପମାତ୍ରା ବଢ଼ୁଛି । ଉପକୂଳରୁ ଆଭ୍ୟନ୍ତରୀଣ ଅଞ୍ଚଳ ପର୍ଯ୍ୟନ୍ତ ସବୁଠି ଅସମ୍ଭାଳ ଗରମ ଅନୁଭୂତ ହେଉଛି । ଦିନକ ଭିତରେ ରାଜଧାନୀ ତାପମାତ୍ରା ୧ ଡିଗ୍ରୀ ବଢ଼ିଯାଇଛି । ବାରିପଦା ତାପମାତ୍ରା ୩୮, ଅନୁଗୁଳ ୩୭.୭, ଟିଟିଲାଗଡ଼ ୩୭.୬, ତାଳଚେର ୩୭.୧, ବଲାଙ୍ଗିର ୩୭, କଟକ ତାପମାତ୍ରା ୩୭ ଡିଗ୍ରୀ ଛୁଇଁଛି ।

ପାଣିପାଗ ବିଭାଗ ଆହୁରି ମଧ୍ୟ କହିଛି ଯେ, ଦୁଇଦିନ ହେବ ଭୁବନେଶ୍ୱର ତାପମାତ୍ରା ଦେଶରେ ସର୍ବାଧିକ ରହିଛି । ଏଭଳି ସ୍ଥିତି ଆହୁରି ୩/୪ ଦିନ ରହିବ । ସ୍ଥିତିରେ ପରିବର୍ତ୍ତନ ନ ହେଲେ ମାର୍ଚ୍ଚ ପହିଲାବେଳକୁ ପାରଦ ୪୦ ଡିଗ୍ରୀ ଛୁଇଁପାରେ । ବଡ଼ କଥା ହେଲା, ଭୁବନେଶ୍ୱର କେବଳ ତାପମାତ୍ରା ବଢ଼ିନି, ସ୍ୱାଭାବିକଠାରୁ ୫ ଡିଗ୍ରୀ ଅଧିକ ରହିଛି ବୋଲି ପାଣିପାଗ ବିଭାଗ କହିଛି ।

   Related Posts