Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ବ୍ରହ୍ମପୁର କୁକୁଡ଼ାଖଣ୍ଡି ବ୍ଲକ୍‌ ମାଟିଆ ସାହି ଗାଁ କୋଭିଡ୍‌-୧୯ର ହଟସ୍ପଟ: ଭୁବନେଶ୍ବରର ସଂକ୍ରମିତ ଅଂଚଳରୁ ଗାଁକୁ ଯାଇଛନ୍ତି ୧୩୦ ଶ୍ରମିକ

5/04/2020 at 7:02 PM

ଭୁବନେଶ୍ବର୫/୪: ବ୍ରହ୍ମପୁର କୁକୁଡ଼ାଖଣ୍ଡି ବ୍ଲକର ମାଟିଆ ସାହି ଗାଁକୁ କରୋନା ହଟସ୍ପଟ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଭୁବନେଶ୍ବରର ସଂକ୍ରମିତ ଅଂଚଳରୁ ଗାଁକୁ ଯାଇଛନ୍ତି ୧୩୦ ଶ୍ରମିକ। ତେଣୁ ଗାଁକୁ ପ୍ରବେଶ ଓ ବାହାରିବା ଉପରେ କଟକଣା ଲଗାଯାଇଛି । ସେହିଭଳି କଳାହାଣ୍ଡିରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ଗାଁକୁ ସିଲ୍‌ କରିଛି ଜିଲ୍ଲା ପ୍ରଶାସନ । ନିକଟରେ ବାହାରିନ୍‌ରୁ ଫେରିଥିବା ଜଣେ ୨୯ବର୍ଷୀୟ ଯୁବକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି ।

ବ୍ରହ୍ମପୁର କୁକୁଡ଼ାଖଣ୍ଡି ବ୍ଲକ୍‌ ମାଟିଆ ସାହି ଗାଁ କୋଭିଡ୍‌-୧୯ ହଟସ୍ପଟ । ଗାଁକୁ ସିଲ୍‌ କରିବା ସହ ପ୍ରବେଶ ଓ ବାହାରିବା ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଭୁବନେଶ୍ବର ସଂକ୍ରମିତ ଅଂଚଳରୁ ଏହି ଗାଁକୁ ଫେରିଛନ୍ତି ୧୩୦ଶ୍ରମିକ । ଏହି ଘଟଣା ପ୍ରଶାସନର ନଜରକୁ ଆସିବା ପରେ ମାଟିଆ ସାହି ଗାଁକୁ ସମ୍ପୂର୍ଣ୍ଣ ଲକଡାଉନ୍‌ କରାଯାଇଛି । ଗୋଳନ୍ଥରା ଆଇଆଇସି ଗାଁ ମୁଣ୍ଡରେ ଅସ୍ଥାୟୀ ଚେକ୍‌ପୋଷ୍ଟ କରି ଗାଁକୁ ପ୍ରପେଶ ଓ ବାହାରିବା ଉପରେ ପୂରା ନଜର ରଖିଛନ୍ତି । ଗାଁରେ ପ୍ରତିଲୋକଙ୍କ ଘରକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇଦିଆଯିବ । ଏଥି ପାଇଁ ଜିଲ୍ଲା ଉନ୍ନୟନ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । କଟକଣା ଉଲଂଘନ କଲେ ବାଧ୍ୟତାମୂଳକ ଭାବେ କ୍ବାରେଣ୍ଟାଇନ୍‌ରେ ରଖାଯିବ ବୋଲି ଗାଁ ଲୋକଙ୍କୁ କଡ଼ା ଚେତାବନୀ ଦିଆଯାଇଛି ।

ସେହିଭଳି କଳାହାଣ୍ଡି ଜିଲ୍ଲାରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ଗାଁକୁ ସିଲ୍‌ କରିଛି ଜିଲ୍ଲାପ୍ରଶାସନ। ଗାଁକୁ ପ୍ରବେଶ ଓ ବାହାରିବା ଉପରେ ଲାଗିଛି କଟକଣା । ବାହାରିନ୍‌ରୁ ଫେରିଥିବା ଜଣେ ୨୯ବର୍ଷୀୟ ଯୁବକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସଂପୃକ୍ତ ଅଂଚଳରେ ସଂକ୍ରମଣ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଛି । ଏହି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୩୧ଜଣ ଆସିଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ସଂପୃକ୍ତ ଯୁବକଙ୍କ ପରିବାର ଲୋକ ମଧ୍ୟ ଅଛନ୍ତି । ସେମାନଙ୍କୁ କ୍ବାରେଣ୍ଟାଇନ୍‌ରେ ରଖିବା ସହ ସ୍ବାବ୍‌ ଟେଷ୍ଟ କରାଯିବ । ସେହଭଳି କରୋନା ଆକ୍ରାନ୍ତ ଯୁବକଙ୍କୁ ଚିକିତ୍ସା ପାଇଁ କଟକରେ କୋଭିଡ୍‌-୧୯ ହସ୍ପିଟାଲକୁ ପଠାଇଦିଆଯାଇଛି ।

ସେପଟେ ପୁରୀରେ ଗୋଷ୍ଠୀ ସଂକ୍ରମଣ ରୋକିବାକୁ ପରିବା ବଜାରକୁ ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦେଇଛି ପ୍ରଶାସନ । ଏଠାରେ ଲୋକମାନେ ଭିଡ଼ ଜମାଇବା ସହ ସାମାଜିକ ଦୂରତା ରକ୍ଷା କରୁନଥିବାରୁ ପ୍ରଶାସନ ତରଫରୁ ଏଭଳି ନିଷ୍ପତି ନିଆଯାଇଛି । ସାହି ଗଳିରେ ଥିବା ଛୋଟ ଦୋକାନ କିମ୍ବା ଠେଲାଗାଡ଼ିରେ ପରିବା ବିକ୍ରି କରିବାକୁ ଆସୁଥିବା ବେପାରୀଙ୍କ ଠାରୁ ପରିବା କିଣିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । କେବଳ ପୁରୀ, କଳାହାଣ୍ଡି କି ଗଞ୍ଜାମ ନୁହେଁ ଜିଲ୍ଲାରେ ଯେଉଁଠି କରୋନା ପଜିଟିଭ୍‌ ଚିହ୍ନଟ ହେବେ କିମ୍ବା ଯେଉଁ ସ୍ଥାନରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଥିବ ସେହି ସବୁ ସ୍ଥାନକୁ ସିଲ୍‌ କରିବାକୁ ଜିଲ୍ଲା ପ୍ରଶାସନକୁ ଦାୟିତ୍ବ ଦିଆଯାଇଛି ।

   Related Posts