ହୋଟେଲରେ ଅନୁମତି ମିଳିଲାନି, କାଶ୍ମୀର ପରିସ୍ଥିତି ନେଇ ମହବୁବା ମୁଫ୍ତିଙ୍କ ଘରେ ହେଉଛି ସର୍ବଦଳୀୟ ବୈଠକ

Published By : Prameya-News7 Bureau | August 04, 2019 IST

କାଶ୍ମୀର  ପରିସ୍ଥିତିକୁ ନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବତନ ମୁଖ୍ୟମନ୍ତ୍ରୀ ମହବୁବା ମୁଫ୍ତିଙ୍କ ଘରେ ଅନୁଷ୍ଠିତ ହେଉଛି। ସର୍ବଦଳୀୟ ବୈଠକ ପୂର୍ବରୁ ହୋଟେଲରେ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଏଥି ପାଇଁ ପୋଲିସ ଅନୁମତି ନ ଦେବାରୁ ରବିବାର ସନ୍ଧ୍ୟାରେ ମହବୁବାଙ୍କ ଘରେ ବୈଠକ ଆୟୋଜନ କରାଯାଇଥିବା ବେଳେ ସମସ୍ତ ପ୍ରମୁଖ ରାଜନୈତିକ ଦଳର ନେତାମାନେ ଯୋଗଦେଇଛନ୍ତି। 

{"id":140885}

କାଶ୍ମୀରରେ ଅତିରିକ୍ତ ବଳଙ୍କ ମୁତୟନ ସାଙ୍ଗକୁ ସୁରକ୍ଷା କାରଣ ଦର୍ଶାଇ ତୀର୍ଥଯାତ୍ରୀ ଓ ଅମରନାଥ ଯାତ୍ରୀଙ୍କୁ ରାଜ୍ୟ ଛାଡିବାକୁ ପ୍ରଶାସନ ଆଦେଶ ଦେଇଛି। ଏହାକୁ ନେଇ ସାଧାରଣ ଜନତାଙ୍କ ସହ ଏବେ ରାଜନୈତିକ ଦଳମାନେ ମଧ୍ୟ ସନ୍ଦେହରେ ପଡିଯାଇଛନ୍ତି। ଏଣୁ ବିଭିନ୍ନ ରାଜନୈତିକ ଦଳମାନେ ଏକ ହୋଟେଲରେ ବୈଠକ କରିବା ଲାଗି ପୂର୍ବରୁ ନିଶ୍ଚିତ କରିଥିଲେ। ତେବେ ପୋଲିସ ସମସ୍ତ ହୋଟେଲଙ୍କୁ ସେମାନଙ୍କ ପରିସରକୁ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ବ୍ୟବହାର ନ କରିବାକୁ ସର୍କୁଲାର ଜାରି କରିଛି।

{"id":140886}

ଏଣୁ ପୋଲିସର ସର୍କୁଲାରକୁ ଦୃଷ୍ଟିରେ ରଖି ହୋଟେଲରେ ବୈଠକ କାର୍ଯ୍ୟକ୍ରମ ବାତିଲ କରାଯାଇଥିବା ବେଳେ ନିଜ ଘରେ ସର୍ବଦଳୀୟ ବୈଠକ ତାଙ୍କ ଆୟୋଜନ କରିଥିବା ମହବୁବା ଗଣମାଧ୍ୟମକୁ କହିଛନ୍ତି। ମହବୁବାଙ୍କ ଘରେ ଅନୁଷ୍ଠିତ ଏହି ବୈଠକରେ ନ୍ୟାସନାଲ କନଫରେନ୍ସର ଓମାର ଅବଦୁଲ୍ଲାଙ୍କ ସମେତ ରାଜ୍ୟ କଂଗ୍ରେସର ବରିଷ୍ଠନେତାମାନେ ମଧ୍ୟ ଯୋଗଦେଇଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.