Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ରାଜଧାନୀରେ ଘର ପାଲଟିଛି ହୋଟେଲ୍‌, ଗେଷ୍ଟ ହାଉସ, ଲଜ୍‌ : ରେସିଡେନ୍‌ସିଆଲ୍‌ ଏରିଆରେ ବେଆଇନ୍‌ କାର୍ଯ୍ୟ ଉପରେ ଲଗାମ୍‌ ଲଗାଇବାକୁ ଦାବି

27/11/2019 at 5:48 PM

ଭୁବନେଶ୍ବର ୨୭/୧୧: ରାଜଧାନୀରେ ବିଭିନ୍ନ ରେସିଡେନ୍‌ସିଆଲ ଏରିଆରେ କମର୍ସିଆଲ୍‌ ଆକ୍ଟିଭିଟିକୁ ନେଇ ବଢ଼ିଛି ଚିନ୍ତା । କିଛି ଲୋକ ନିଜ ଘରକୁ ଗେଷ୍ଟହାଉସ, ଲଜ୍‌, ହୋଟେଲ୍‌ କରି ବେଧଡ଼କ ବେପାର ଚଳାଇଥିଲେ ମଧ୍ୟ ଏନେଇ ସ୍ଥାନୀୟ ପୋଲିସ ଏବଂ ବିଏମସି କର୍ତ୍ତୃପକ୍ଷ ନୀରବ ଦ୍ରଷ୍ଟା ସାଜିଛନ୍ତି । ହୋଲଡିଂ ଟ୍ୟାକ୍ସ ଫାଙ୍କି କମର୍ସିଆଲ ୟୁଜ୍‌ କରୁଥିବା ଏସବୁ ଘର ମାଲିକଙ୍କ ଠାରୁ ଲାଂଚ ନେଇ ସେମାନଙ୍କୁ ଖୁଲମ୍‌ଖୁଲ୍ଲା ଅନୁମତି ଦିଆଯାଉଥିବା ଅଭିଯୋଗ ହୋଇଛି ।…..

ରାଜଧାନୀରେ ଘର ପାଲଟିଛି ହୋଟେଲ୍‌, ଗେଷ୍ଟ ହାଉସ, ଲଜ୍‌ । ରେସିଡେନ୍‌ସିଆଲ୍‌ ଏରିଆରେ ଚାଲିଛି କମର୍ସିଆଲ୍‌ ଆକ୍ଟିଭିଟି । ହୋଲଡିଂ ଟ୍ୟାକ୍ସ ଫାଙ୍କି ରେସିଡେନ୍‌ସିଆଲ୍‌ ହାଉସରେ କିଛି ଲୋକ ବେଧଡ଼କ ଚଳାଇଛନ୍ତି ବେପାର । କିଏ କଲେଜ୍‌ ପିଲାଙ୍କ ପାଇଁ ହଷ୍ଟେଲ୍‌ ଖୋଲିଦେଇଛି ତ ଆଉ କିଏ ବିଉଟି ପାର୍ଲର, ସ୍ପା ଖୋଲି ବିଜ୍‌ନେସ୍‌ ଚଳାଇଛନ୍ତି । ପୁଣି କିଏ ଆଉ ପାଦେ ଆଗକୁ ବଢ଼ି ନିଜ ଘରେ ଖୋଲିଦେଇଛନ୍ତି ହୋଟେଲ, ଗେଷ୍ଟ ହାଉସ୍‌,  ଲଜ୍‌ । ଫଳରେ ଆଖପାଖ ଅଂଚଳରେ ଘର କରି ରହୁଥିବା ଲୋକେ ନା ନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାତି ଅଧରେ କଲେଜ୍‌ ପିଲାଙ୍କ ହୋ-ହଲ୍ଲା, ଯୁବକ-ଯୁବତୀଙ୍କ ଅବାଧ ଚଳପ୍ରଚଳ, ପୁଣି ଗ୍ରାହକଙ୍କ ଭିଡ଼, ରେସିଡେନ୍‌ସିଆଲ୍‌ ଏରିଆରେ ରହୁଥିବା ଲୋକଙ୍କ ଶାନ୍ତି ଛଡ଼ାଇ ନେଉଛି । ହେଲେ ନା’ ଏଥି ପ୍ରତି ସ୍ଥାନୀୟ ପୋଲିସର ନଜର ଅଛି ନା’ ଅଛି ବିଏମସିର ଗୁରୁତ୍ବ । ସତେ ଯେମିତି ସବୁ ଜାଣି ଚୁପ୍‌ ବସିପଡ଼ିଛନ୍ତି ସମସ୍ତେ । କାରଣ ମାଲ୍‌ ମିଳିଲେ ସବୁ ଚୁପ୍‌ ନ୍ୟାୟରେ ଚାଲିଛି ସବୁ କିଛି ।

ରେସିଡେନ୍‌ସିଆଲ୍‌ ଏରିଆରେ ଏଭଳି ବେପାର ପାଇଁ ବାରଣ ଥିବା ସତ୍ବେ କିଛି ପ୍ରଭାବଶାଳୀ ସେମାନଙ୍କ ଘରକୁ ଭଡ଼ାରେ ଲଗାଇ ମୋଟା ଅଙ୍କର ଟଙ୍କା ରୋଜଗାର ପାଇଁ ଖୁଲମ୍‌ ଖୁଲ୍ଲା ଆଇନ୍‌ ଉଲଂଘନ କରୁଛନ୍ତି । ହେଲେ ଏସବୁ ପ୍ରତି ଯେମିତି କାହାରି ନଜର ନାହିଁ ।

କଳାଟଙ୍କାରେ ଘର କରି କଳା କାରବାର ଚଳାଇଥିବା ଏମିତି କିଛି ଲୋକଙ୍କୁ ପଚାରିଲେ ଉତ୍ତର ମିଳୁଛି ଆମ ଘର ଆମେ ଯାହା ଚାହିଁବୁ ସେୟା କରିବୁ । ହେଲେ ଏମାନେ କ’ଣ ଆଇନ୍‌ କାନୁନ୍‌ ନୀତି ନିୟମ ଉର୍ଦ୍ଧ୍ବରେ ? ମୈତ୍ରୀ ବିହାର, ଚନ୍ଦ୍ରଶେଖରପୁର, ବରମୁଣ୍ଡା, ନୟାପଲ୍ଲୀ, ଜାଗମରା, ଜଗମୋହନ ନଗର ଭଳି ଅଂଚଳରେ ଅନେକ ଗେଷ୍ଟ ହାଉସ୍‌, ହୋଟେଲ, ଲଜ୍‌ ବିନା ଟ୍ରେଡ୍‌ ଲାଇସେନ୍‌ସ୍‌ରେ ଚାଲିଥିବା ସ୍ବିକାର କରିଛନ୍ତି ଖୋଦ୍‌ ବିଏମସି ଅଧିକାରୀ । କିନ୍ତୁ ନିଜ ଦୋଷ ଦୁର୍ବଳତା ଲୁଚାଇବାକୁ ଯାଇ କ୍ୟାମେରା ସାମ୍ନାକୁ ଆସି କିଛି ପ୍ରତିକ୍ରିୟା ଦେବାକୁ ଚାହୁଁନାହାନ୍ତି । ତୁରନ୍ତ ରାଜଧାନୀରେ ବିଭିନ୍ନ ରେସିଡେନ୍‌ସିଆଲ୍‌ ଏରିଆରେ ଏଭଳି ବେଆଇନ୍‌ କାର୍ଯ୍ୟ ଉପରେ ଲଗାମ୍‌ ଲଗାଇବାକୁ ଦାବି ହୋଇଛି ।

   Related Posts