Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ମନୀଷ ଅନୁରାଗ ମୃତ୍ୟୁ ମାମଲା : ହୋଟେଲ ସାଉଥ୍ ସିଟିର ମ୍ୟାନେଜର ସୌଭିକ୍ ଜେନା ଗିରଫ

23/10/2021 at 4:37 PM

ଭୁବନେଶ୍ବର ୨୩।୧୦: ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ହୋଟେଲ ସାଉଥ୍ ସିଟିର ମ୍ୟାନେଜର ସୌଭିକ୍ ଜେନା ଗିରଫ ହୋଇଛନ୍ତି । ଗିରଫ କଲା କମିଶନରେଟ୍ ପୋଲିସ ।

ସେପଟେ ମନୀଷ ମୃତ୍ୟୁ ମାମଲାରେ ଗିରଫ ଅଭିଯୁକ୍ତ ପ୍ରଦ୍ୟୁମ୍ନ ଜେନା ଓ ପ୍ରସନ୍ନ ବେହେରାଙ୍କ ନାଁରେ ନାଁରେ ମାମଲା ରୁଜୁ ହୋଇଛି । ସେମାନଙ୍କ ବିରୋଧରେ ୫୨ ଅବକାରୀ ଆକ୍ଟ ୨୬୯, ୨୭୦ କୋଭିଡ୍ ଆକ୍ଟ ୧୨୦ ବି, ୩, ୫, ୯୬ ଦଫାରେ ମାମଲା ରୁଜୁ କଲା ତମାଣ୍ଡୋ ଥାନା ପୋଲିସ ।

ସୂଚନାଯୋଗ୍ୟ ଯେ, ମନୀଷ ଅନୁରାଗ ହତ୍ୟାକାଣ୍ଡ ଘଟଣାର ଖୋଳତାଡ଼ କରୁଥିବା କମିଶନରେଟ୍ ପୋଲିସକୁ ଦିନକୁ ଦିନ ନୂତନ ତଥ୍ୟ ମିଳିବାରେ ଲାଗିଛି । ମନୀଷଙ୍କ ହତ୍ୟାକାଣ୍ଡର ସୂତ୍ରପାତ ହୋଇଥିବା ପାତ୍ରପଡ଼ା ସ୍ଥିତ ସାଉଥ୍ ସିଟି ବାରରେ ରେଡ୍ ପରେ ଜଉମୁଦ ଦେଇ ପୋଲିସ ବନ୍ଦ କରିଛି । କରୋନା କଟକଣାକୁ ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ବିନା ଅନୁମତି ପତ୍ରରେ ବେଆଇନ ଭାବେ ବାର୍ ଚାଲୁଥିଲା । ଏବେ ରାଜଧାନୀରେ ବେଆଇନ ଭାବେ ନିୟମ ଉଲ୍ଲଂଘନ କରି ବାର୍ ଚଳାଉଥିବା ଏହା ମାଲିକ ପ୍ରଦ୍ୟୁମ୍ନ ଜେନା ଓ ଏହାକୁ ଲିଜ୍ ସୂତ୍ରରେ ନେଇ ଚଳାଉଥିବା କନଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ ତମାଣ୍ଡୋ ଥାନା ପୋଲିସ ଗିରଫ କରିଥିଲା । ଥାନା ଅଧିକାରୀ ପ୍ରମୋଦ ପଟ୍ଟନାୟକଙ୍କୁ ତମାଣ୍ଡୋ ଥାନାରୁ ବଦଳି କରାଯାଇଥିଲା ।

   Related Posts