ଭୁବନେଶ୍ବର ୧୩।୧୦: ପାର୍ବଣ ବେଳେ ଦାଣ୍ଡିଆ ନାଇଟ୍ ଆୟୋଜନ ପଡିଲା ମହଙ୍ଗା । ଭୁବନେଶ୍ବର ସ୍ଥିତ ନିକୋପାର୍କ ଛକରେ ଥିବା 9th ଷ୍ଟ୍ରିଟ୍ ହୋଟେଲ୍ । ବିଏମସି ପକ୍ଷରୁ ଏହି ହୋଟେଲକୁ ସିଲ୍ କରାଯାଇଛି ।
ଦାଣ୍ଡିଆ ମ୍ୟୁଜିକ୍ ଆୟୋଜନ ପାଇଁ ବିଏମସିଠାରୁ ଅନୁମତି ନିଆଯାଇନଥିଲା । ୧୩ ଏବଂ ୧୪ ତାରିଖ ଦୁଇ ଦିନ ଦାଣ୍ଡିଆ ନାଇଟ୍ ଆୟୋଜନ ନେଇ ବିଜ୍ଞାପନ ମାଧ୍ୟମରେ ପ୍ରଚାର କରାଯାଇଥିଲା । ତେବେ ଏ ନେଇ ବିଏମସି ସୂଚନା ପାଇ ହୋଟେଲରେ ଚଢାଉ କରିଥିଲା । ହୋଟେଲକୁ ବିଏମସି ପକ୍ଷରୁ ସିଲ୍ କରିଦିଆଯାଇଛି ।