ଅନୁଗୋଳ ୧୯।୧୦: ଅନୁଗୋଳ ଜିଲ୍ଲା ରେଙ୍ଗାଳି ଥାନା ରେଙ୍ଗାଳି ବଜାରରେ ଏକ ହୋଟେଲରେ ଅଭାନନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।ହୋଟେଲ ମାଲିକାଣୀ ଜଣେ ବୃଦ୍ଧାଙ୍କୁ ଶାରୀରିକ ଅତ୍ୟାଚାର କରୁଥିବାର ଭିଡିଓ ଏବେ କ୍ୟାମେରାରେ କଏଦ ହୋଇଛି।
ସୂଚନାଯୋଗ୍ୟ ଯେ, ସପୃକ୍ତ ହୋଟେଲରେ ଏହି ବୃଦ୍ଧା ଜଣଙ୍କ ଦୀର୍ଘ ଦିନ ଧରି ବାସନ ମାଜିବା କାମ କରନ୍ତି । ହୋଟେଲର ମାଲିକାଣୀ ବୃଦ୍ଧା ଜଣଙ୍କ ଚୋରି କରୁଥିବା କହି ଅମାନୁଷିକ ଭାବରେ ମାଡ ମାରୁଥିଲେ । ଯେଉଁ ଦୃଶ୍ୟ କ୍ୟାମେରା କଏଦ ହୋଇଛି । ସେହି ଭିଡିଓ ଏବେ ଭାଇରାଲ୍ ହେବାକୁ ଲାଗିଛି । ଜଣେ ମାନସିକ ଭାରସାମ୍ୟ ହରାଇ ଥିବା ଗରିବ ବୃଦ୍ଧାଙ୍କୁ ଆଉ ଜଣେ ମହିଳା ମାଡ଼ ମାରିବା ଘଟଣା ଏବେ ଅନୁଗୋଳ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ମାଡ ମାରୁଥିବା ମହିଳା ଜଣଙ୍କ ସେହି ଅଂଚଳର ପାଚିକା ଥିବା ଜଣା ପଡିଛି।