Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||
  • ୨ଦିନରେ ଦୁଇ ଜୀବନ : ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ
  • ||
  • ଭାରସାମ୍ୟ ହରାଇ କାର୍‌-ଟାଟା ମ୍ୟାଜିକ ଉପରେ ଓଲଟିଲା ଟ୍ରକ, ଚାଲିଗଲା ୧୩ଜଣଙ୍କ ଜୀବନ
  • ||

ରୋମାନ୍ସ ସହ ମନି, ଯଦି ହନିମୁନ ଲାଗି ଏହି ହୋଟେଲକୁ ଯାଆନ୍ତି ତେବେ ମିଳିବ ୭୦ ଲକ୍ଷ ଟଙ୍କା

11/11/2019 at 3:34 PM

ଜେରୁଜେଲମ:  ନିଜ ବିବାହକୁ ସ୍ମରଣୀୟ କରିବାକୁ ସମସ୍ତେ ଚାହାନ୍ତି। ଏଣୁ ବିବାହ ପରେ ନବ ଦମ୍ପତ୍ତି ହନିମୁନରେ ଯିବା ଏବେ ଏକ ଚଳଣୀରେ ପରିଣତ ହୋଇଯାଇଛି। ନବ ବିବାହିତ ଯୋଡିଙ୍କୁ ହନିମୁନ ଲାଗି ବିଶ୍ୱର ବିଭିନ୍ନ ସ୍ଥାନରେ ନୂଆ ନୂଆ ଅଫର ମଧ୍ୟ ଦିଆଯାଉଛି। ଏଣୁ ଆଜିକାଲି ହନିମୁନର ସବୁଆଡେ  ଚର୍ଚ୍ଚା। ପ୍ରତ୍ୟେକ ନବ ଦମ୍ପତ୍ତି ନିଜ ପସନ୍ଦର ସ୍ଥାନରେ ହନିମୁନ ଲାଗି  ପ୍ଲାନିଂ କରନ୍ତି। ଏଣୁ କେତେକ ହୋଟେଲ ଏଥିଲାଗି ଆକର୍ଷଣୀୟ ଅଫର ବି ଦେଉଛନ୍ତି।

ବିଶ୍ୱରେ ଏମିତି ହେଟେଲ ବି ଅଛନ୍ତି ଯେଉଁମାନେ ଏଭଳି ଦମ୍ପତ୍ତିଙ୍କ ଲାଗି ପୃଥପୃଥକ ପ୍ଲାନ ମଧ୍ୟ ସଞ୍ଚାଳନ କରୁଛନ୍ତି। ଏଥିରେ ଇସ୍ରାଏଲ ରାଜଧାନୀ ଜେରୁଜେଲମର ହୋଟେଲ ‘ୟେହଦା’ ଅନ୍ୟତମ। ଏଠାକୁ ହନିମୁନ କରିବାକୁ ଆସୁଥିବା ନବ ଦମ୍ପତ୍ତିଙ୍କୁ ହୋଟେଲ ପକ୍ଷରୁ ସେମାନଙ୍କୁ ୭୦ ଲକ୍ଷ ଟଙ୍କା ଉପହାର ଦିଆଯାଉଛି। ତେବେ ଏହି ଉପହାର ଲାଗି ନବ ଦମ୍ପତ୍ତିଙ୍କୁ ହୋଟେଲର କିଛି ସର୍ତ୍ତ ବି ମାନିବାକୁ ପଡୁଛି। ସର୍ତ୍ତ ଅନୁସାରେ ଯଦି ସବୁକିଛି ଠିକ୍ ଚାଲେ ତେବେ ନବ ଦମ୍ପତ୍ତି ହୋଟେଲ ପକ୍ଷରୁ ପୁରସ୍କୃତ ହେଉଛନ୍ତି।

ଏହି ହୋଟେଲରେ ନବ ଦମ୍ପତ୍ତିଙ୍କ ହନିମୁନ ଲାଗି ବିଶେଷ ବ୍ୟବସ୍ଥା ବି ରହିଛି। ଏଠାକୁ ହନିମୁନ ଲାଗି ଆସୁଥିବା ଦମ୍ପତ୍ତିଙ୍କୁ ଅଲଗା ରହିବା ଓ ଖାଇବାର ସୁବିଧା ଯୋଗାଇ ଦିଆଯାଏ। ତେବେ ହୋଟେଲ ସର୍ତ୍ତ ଅନୁସାରେ ଏଠାରେ ହନିମୁନ କଟାଇଥିବା ମହିଳାଙ୍କୁ ଏକ ତାରିଖ ଦିଆଯାଏ। ସେହି ତାରିଖରେ ଯଦି ମହିଳା ଗର୍ଭବତୀ ହୁଅନ୍ତି ତେବେ ସେହି ଦମ୍ପତ୍ତି ହୋଟେଲର ୭୦ ଲକ୍ଷ ଟଙ୍କା ଉପହାର ପାଇବା ଲାଗି ହକଦାର ହୁଅନ୍ତି। ଏଠାକୁ ହନିମୁନ ଲାଗି ଆସୁଥିବା ପ୍ରତ୍ୟେକ ୪ ଯୋଡା ନବ ଦମ୍ପତ୍ତିଙ୍କ ମଧ୍ୟରୁ ଜଣେ ନିଶ୍ଚିତ ଭାବେ ହୋଟେଲର ପୁରସ୍କାର ରାଶି ପାଇବାକୁ ହକଦାର ହେଉଥିବା ଜଣାପଡିଛି।

   Related Posts