Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ହୋଟେଲ୍‌ରେ ଚାଲିଥିଲା ରୋଷେଇ, ତେଲ କଡ଼େଇ ଧରିନେଲା ନିଆଁ, ଜାଳି ପୋଡ଼ି ସବୁ ପାଉଁଶ

11/10/2021 at 11:04 PM

ତେଲକୋଇ, ୧୧/୧୦: ହୋଟେଲରେ ରୋଷେଇ ବେଳେ ଅଘଟଣ । ଅସାବଧାନତା ଯୋଗୁଁ ନିଆଁ ଲାଗି ଜଳିଗଲା ହୋଟେଲ । ଅଳ୍ପକେ ବର୍ତ୍ତିଗଲେ ହୋଟେଲ କର୍ମଚାରୀ ଓ ମାଲିକ । ଆଜି ସ଼ଂଧ୍ୟା ପ୍ରାୟ ଆଠଟା ସମୟରେ ତେଲକୋଇ ବଜାର ସାଇଡ଼ରେ ଥିବା ବଳ ହୋଟେଲରେ ରୋଷେଇ ଚାଲିଥିଲା । ହଠାତ୍ ଗ୍ୟାସ ଚୁଲାରୁ ନିଆଁ ତେଲ କଡ଼େଇକୁ ଧରିଥିଲା । କଡ଼େଇରେ ନିଆଁ ଲାଗିଯିବାରୁ ହୁତହୁତ ହୋଇ ନିଆଁ ଜଳି ହୋଟେଲର ଚାଳକୁ ଧରିଥିଲା ।

ଏହା ଦେଖି ହୋଟେଲର କର୍ମଚାରୀ ଜୀବନ ବଞ୍ଚାଇବାକୁ ବାହାରକୁ ଦୌଡି ପଳାଇଥିଲେ । ହୋଟେଲଟି ସଂମ୍ପୁର୍ଣ୍ଣ ଜଳିପୋଡି ନଷ୍ଟ ହୋଇଯାଇଛି । ହୋଟେଲ ଭିତରେ ଥିବା ସମସ୍ତ ଆସବାବପତ୍ର ସହ ରାସନ୍ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ପତ୍ର ଜଳିଯାଇଛି । ନିଆଁକୁ ଆୟତ ପାଇଁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ଜାରି ରହିଛି।

   Related Posts