Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

ଅନଲାଇନ୍ ରାକେଟ ଚଳାଇ ଯୁବତୀ ସପ୍ଲାଇ କରୁଥିଲା ହୋଟେଲ ମ୍ୟାନେଜର : ଗିରଫ କଲା ପୋଲିସ୍

18/07/2019 at 11:03 AM

ମିରଟ ୧୮/୭: ଉତ୍ତରପ୍ରଦେଶର ନୈାଚନ୍ଦି ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ମେନ ସେଣ୍ଟ୍ରାଲ ମାର୍କେଟରେ ଏକ ହୋଟେଲରେ ଚାଲିଥିବା ସେକ୍ସ ରାକେଟର ପର୍ଦ୍ଦା ଫାଶ ହୋଇଛି। ପୋଲିସ୍ ମିରଟ ଜିଲ୍ଲାର ନୈାଚନ୍ଦି ସ୍ଥିତ ମେନ ସେଣ୍ଟ୍ରାଲ୍ ମାର୍କେଟର ସାହିଲ ହୋଟେଲରେ ଘେରଉ କରି ଦୁଇ ଜଣ ଯୁବତୀଙ୍କ ସହ ମୋଟ ୭ଜଣଙ୍କୁ ଗିରଫ କରିଛନ୍ତି।

ହୋଟେଲରେ ସେକ୍ସ ରାକେଟ ଚାଲିଥିବା ସୂଚନା ମିଳିବା ପରେ କ୍ରାଇମ ବ୍ରାଞ୍ଚ ଏବଂ ଏଏଚଟିୟୁ ସାହିଲ ହୋଟେଲ ଘେରଉ କରିଥିଲା। ହୋଟେଲରେ ହଠାତ୍ ପୋଲିସକୁ ଦେଖି ସେଠାକାରୀ କର୍ମଚାରୀମାନେ ଅଡ଼ୁଆରେ ପଡ଼ିଥିଲେ। ପୋଲିସ୍ ଅଶୋକ ନେପାଳି ନାମକ ହୋଟେଲ ସଞ୍ଚାଳକକୁ ଗିରଫ କରିଛି।

ପଚରାଉଚୁରା କରିବାକୁ ଜଣା ପଡ଼ିଥିଲା ଯେ ଏହି ହୋଟେଲରେ ଦୀର୍ଘ ଦେଢ଼ ବର୍ଷରୁ ସେକ୍ସ ରାକେଟ ଚାଲିଥିଲା। ହୋଟେଲର ରୁମ ଯାଞ୍ଚ ନେବାବେଳେ ୨ଜଣ ଯୁବତୀ ଏବଂ ୪ଜଣ ଯୁବକ ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିଥିଲେ । ଏହା ବ୍ୟତୀତ ପୋଲିସ ଆପତ୍ତିଜନକ ଜିନିଷ ମଧ୍ୟ ଜବତ କରିଛି।

ପୋଲିସ କହିବାନୁସାରେ ହୋଟେଲ ମାଲିକର ନାଁ ବିନୋଦ ଅରୋରା। ଏଥିରେ ହୋଟେଲ ମାଲିକର ଭୂମିକା ଯଦି ସନ୍ଦେହ ଘେରରେ ଆସିଲା ତେବେ ତାଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।

ଯୁବତୀଙ୍କୁ ମଧ୍ୟ ଅନଲାଇନ୍ ବୁକିଂ କରାଯାଉଥିଲା ଏବଂ ଗ୍ରାହକଙ୍କ ଡିମାଣ୍ଡରେ ଦେହ ବ୍ୟବସାୟରେ ଲିପ୍ତ କରାଯାଉଥିଲା। ହ୍ବାଟସଆପ୍,ଇନଷ୍ଟାଗ୍ରାମ୍ ଏବଂ ସୋଶିଆଲ ମିଡିଆରେ ଏହି ଯୁବତୀଙ୍କ ଫଟୋ ଗ୍ରାହକଙ୍କ ସହ ଏକ୍ସଚେଞ୍ଜ କରାଯାଉଥିଲା। ପସନ୍ଦ ହେଲେ ଗ୍ରାହକ ଏମାନଙ୍କୁ ଇଚ୍ଛାମୁତାବକ ଟଙ୍କା ଦେଉଥିଲେ। ଏହି ହୋଟେଲରେ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଯାଉଥିଲା।   

   Related Posts