Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ହୋଟେଲ ରୁମ୍‌ରୁ ମିଳିଲା ମ୍ୟାନେଜରଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ

1/02/2020 at 4:14 PM

ପୁରୀ ୧।୨: ହୋଟେଲ ଭିତରେ ମ୍ୟାନେଜରଙ୍କୁ ହତ୍ୟା ଅଭିଯୋଗ । ପୁରୀ ସମୁଦ୍ରକୂଳ ଥାନା ଚକ୍ରତୀର୍ଥ ରୋଡରେ ଥିବା ହୋଟେଲରେ ଏଭଳି ଅଭାବନୀୟ ଘଟଣା ଘଟିଛି । ରୁମ୍ ନଂ ୩୦୧ରେ ହୋଟେଲ ମ୍ୟାନେଜର ବସନ୍ତ ସେଠୀଙ୍କ ମୃତଦେହ ପଡ଼ିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଖବର ପାଇ ଘଟଣାସ୍ଥଳରେ ସମୁଦ୍ରକୂଳ ଥାନା ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ସ୍ପଷ୍ଟ ହୋଇନାହିଁ।

ପୁରୀ ସମୁଦ୍ରକୂଳ ଥାନା ଅନ୍ତର୍ଗତ ସିଟି ରୋଡ଼ ଠାରେ ଥିବା ଏକ ହୋଟେଲରେ ମ୍ୟାନେଜରଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ରାମଚଣ୍ଡୀ ଥାନା ଅଧିନ ତରକୋର ଅଞ୍ଚଳର ବସନ୍ତ ସେଠୀ । ଦୀର୍ଘ ୧୫ ବର୍ଷ ହେବ ବସନ୍ତ ଏହି ହୋଟେଲରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ ।

ତେବେ ଗତକାଲି ରାତିରୁ ସେ ଘର ଲୋକଙ୍କ ଫୋନ ରିସିଭ ନକରିବାରୁ ଆଜି ସକାଳୁ ତାଙ୍କ ପରିବାର ଲୋକେ ହୋଟେଲରେ ପହଞ୍ଚିଥିଲେ । ହୋଟେଲ ଭିତରେ କୌଣସି କର୍ମଚାରୀ ନଥିବା ବେଳେ ରୁମ୍ ନଂ ୩୦୧ରେ ବସନ୍ତଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବାର ଦେଖିଥିଲେ। ବସନ୍ତଙ୍କ କାହା ସହିତ କୌଣସି ଶତ୍ରୁତା ନଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

ଅନ୍ୟପଟେ ଘଟଣାକୁ ନେଇ ମୃତ ବସନ୍ତଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ସମୁଦ୍ରକୂଳ ଥାନା ଆଇଆଇସିଙ୍କ ସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ଜଣାପଡ଼ିବ ବୋଲି କହିଛନ୍ତି ସିଟି ଡ଼ିଏସପି । ଅନ୍ୟପଟେ ହୋଟେଲ କର୍ମଚାରୀଙ୍କୁ ପୋଲିସ ପଚରାଉଚରା କରୁଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହେବ ବୋଲି କହିଛି ପୋଲିସ ।

ତେବେ ହୋଟେଲ ଭିତରେ ମ୍ୟାନେଜରଙ୍କ ମୃତ ଦେହ ପଡ଼ିଥିବା ବେଳେ କୌଣସି କର୍ମଚାରୀ ହୋଟେଲରେ ଉପସ୍ଥିତ ନଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ପୋଲିସ ତୁରନ୍ତ ଘଟଣାର ତଦନ୍ତ କରି ହତ୍ୟାକରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ମୃତକଙ୍କ ପରିବାର ଲୋକେ ଦାବି କରିଛନ୍ତି।

   Related Posts