୫ ଟଙ୍କା ପାଇଁ ଗ୍ରାହକଙ୍କୁ ନିସ୍ତୁକ ପିଟିଲେ ହୋଟେଲ ମାଲିକ ଓ ପୁଅ, ଯେତେ ନେହୁରା ହେଲେ ବି ଶୁଣିଲେନି

Published By : Prameya-News7 Bureau | September 12, 2021 IST

କେନ୍ଦୁଝର,୧୨/୦୯:  ହୋଟେଲ ମାଲିକଙ୍କ ଦବଙ୍ଗ ଗିରି । ୫ ଟଙ୍କା ପାଇଁ ହୋଟେଲ ମାଲିକ ଏବଂ ତାଙ୍କ ପୁଅ ମିଶି ଜଣେ ଗ୍ରାହକଙ୍କୁ ବିଚ୍ ରାସ୍ତାରେ ଅମାନୁଷିକ ଭାବେ ନିର୍ଦ୍ଧୁମ ପିଟିଲେ । ଗ୍ରାହକ ଜଣଙ୍କ ଗୋଡ଼ ହାତ ଧରି ଯେତେ ନେହୁରା ହେଉଥିଲେ ମଧ୍ୟ , ନିଷ୍ଠୁର ବାପା-ପୁଅ ଶୁଣି ନ ଥିଲେ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଘସିପୁରା ଲକ୍ଷ୍ମୀ ବଜାରରେ ।

ଘସିପୁରା ଲକ୍ଷ୍ମୀ ବଜାରରେ ଥିବା ମା ହୋଟେଲକୁ ଆଜି ମଧ୍ଧାହ୍ନରେ ଜିତେନ୍ଦ୍ର ଦେହୁରୀ ଖାଇବାକୁ ଯାଇଥିଲେ । ସେଠାରେ ସେ ଭାତ, ଡାଲି ,ତରକାରୀ ଏବଂ ଖଟା ଖାଇଥିଲେ । ସେଥିପାଇଁ ହୋଟେଲ ମାଲିକ ତାଙ୍କୁ ୪୫ ଟଙ୍କା ଦେବା ପାଇଁ କହିଥିଲେ । ଜିତେନ୍ଦ୍ର ପାଖରେ ଥିବା ୪୦ ଟଙ୍କା ଦେଇ ବାକି ୫ ଟଙ୍କା ସନ୍ଧ୍ୟାରେ ଦେବାକୁ କହିଥିଲେ । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ଏଥିରେ ରାଗିଯାଇ ହୋଟେଲ ମାଲିକ ଏବଂ ତାଙ୍କ ପୁଅ , ଜିତେନ୍ଦ୍ରଙ୍କୁ ବିଚ୍ ରାସ୍ତାରେ ଅତି ଅମାନୁଷିକ ଭାବେ ନିର୍ଦ୍ଧୁମ ପିଟିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହୋଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଜିତେନ୍ଦ୍ର ଏନେଇ ଘସିପୁରା ଥାନାରେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.