ହୋଟେଲରୁ ୪୫ଟି ବିରଳ ମଦ ବୋତଲ ଚୋରି କରିନେଲେ ଦମ୍ପତି, ସେଥିରେ ଥିଲା ୨୧୫ ବର୍ଷ ପୂରୁଣା ମଦ, ଦାମ୍‌ ୩ କୋଟି ଟଙ୍କା

Published By : Prameya-News7 Bureau | November 01, 2021 IST

ସାଉଥଓ୍ବେଷ୍ଟର/ ସ୍ପେନ୍‌ ୦୧/୧୧: ଚତୁର ଚୋର। ରେଷ୍ଟୁରାଣ୍ଟରେ ବସିଲେ, ଖାଇଲେ  ଏବଂ ବିଲ  ଦେଇ ଚାଲିଗଲେ। ରେଷ୍ଟୁରାଣ୍ଟରୁ  ଯିବା ବେଳେକୁ ସେଠାକାର ଦାମୀ ମଦ ବୋତଲ ନେଇ ଫେରାର ହୋଇଗଲେ। କେହି କିଛି ଜାଣିବା ପୂର୍ବରୁ ୪୫ ବିରଳ ଓ୍ବାଇନ୍‌ ବଟଲ ଗାଏବ ହୋଇଯାଇଥିଲା। ସେଥିମଧ୍ୟରୁ ୨୧୫ ବର୍ଷ ପୂରୁଣା ଏକ ମଦ ବୋତଲ ଯାହାର ଦାମ ୩ କୋଟି ଟଙ୍କା ତାହା ବି ନଥିଲା। ଏନେଇ ରେଷ୍ଟୁରାଣ୍ଟର ମାଲିକ ଜାଣିବା ପରେ ତାଙ୍କର ଗ୍ରାହକଙ୍କୁ ମେସଜେ୍‌ କରି ଅବଗତ କରାଇଛନ୍ତି। ପୋଲିସ ବି ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି। ଏହି ରେଷ୍ଟୁରାଣ୍ଟଟି ସ୍ପେନ୍‌ର ସାଉଥଓ୍ବେଷ୍ଟରରେ ଅବସ୍ଥିତ। ଆଟିରୋ ରେଷ୍ଟୁରାଣ୍ଟରୁ ଦମ୍ପତି ଚୋରି କରିଥିବା ବେଳେ ସେମାନେ ବୃତ୍ତିଗତ ଚୋର ବୋଲି କୁହାଯାଉଛି।

ଏପରିକି ରେଷ୍ଟୁରାଣ୍ଟର ଜଣେ ମାଲିକ ଜୋସ୍‌ ପୋଲୋଙ୍କ ମତରେ ଦମ୍ପତି ଏମିତି ଭାବେ ଚୋରି କରିଛନ୍ତି ଯାହାକି ଅଭ୍ୟାସଗତ ଚୋର ହିଁ କରିପାରିବେ। ସେମାନେ କୌଣସି ଏକ ଘରୋଇ ମଦ ଦୋକାନ ପାଇଁ ଏହି ସବୁ ବିରଳ ମଦ ଚୋରି କରୁଛନ୍ତି ବୋଲି ପୋଲୋ କହିଛନ୍ତି। ନ୍ୟୁଜ୍‌ ଏଜେନ୍ସି ଏପିରେ ପ୍ରକାଶିତ ଖବର ମୁତାବିକ,  ଘଟଣା ଦିନ ରେଷ୍ଟୁରାଣ୍ଟକୁ ଆସି ଇଂରାଜୀରେ କଥାବାର୍ତ୍ତା କରିବା ସହ ଦମ୍ପତି ସେଠାରେ ଖାଇଥିଲେ। ଏପରିକି ତାଙ୍କର ବେଶଭୂଷା ଏତେ ସୁନ୍ଦର ଥିଲା ଯେ ସେମାନେ ସମସ୍ତଙ୍କ ନଜର ନିଜ ଆଡ଼କୁ ଟାଣି ନେଇଥିଲେ। ଏହା ପରେ ଦୁହେଁ ଅଧିକ ଖାଇବା ଅର୍ଡର କରିଥିଲେ।

ଏହାର ସୁଯୋଗ ନେଇ ତାଙ୍କ ମଧ୍ୟରୁ ଜଣେ ହୋଟେଲର ସେଲାର ଭିତରକୁ ଚାଲିଯାଇଥିଲା । ସେଲାର ଯେଉଁଠି ହୋଟେଲ୍‌ର ୪୦ ହଜାର ବିରଳ ଓ୍ବାଇନ୍‌ ବା ମଦ ବୋତଲ ସାଇତା ହୋଇ ରହିଛି। ସେଠାରେ ଭିଡ଼ ଏତେ ଥିବାରୁ କେହି ଦମ୍ପତିଙ୍କ ଉପରେ ବିଶେଷ ଧ୍ୟାନ ଦେଇନଥିଲେ ବୋଲି ପୋଲୋ କହିଛନ୍ତି। ଏହା ପରେ ପରେ ଦମ୍ପତି ହୋଟେଲରୁ ଚାଲିଯାଇଥିଲେ। ସେମାନେ ଚୋରି କରିନେଇଥିବା ୪୫ ଟି ମଦ ବୋତଲ ଭିତରୁ ଏମିତି ଏକ ବୋତଲ ରହିଛି ଯାହାକୁ ବଜାରରେ ବିକ୍ରି କରିବା ମୁସ୍କିଲ ବୋଲି ପୋଲୋ କହିଛନ୍ତି।

{"id":536972,"width":793,"height":457,"sizeSlug":"full","linkDestination":"none"}

ମଦ ବୋତଲର ନାଁ Chateau D’Yquem ଏବଂ ମୂଲ୍ୟ ୪୦୭,୦୦୦ ଡଲାର (୩ କୋଟି ଟଙ୍କା)। ଏହି ସବୁ ବଟଲରେ ବିଶେଷ ନମ୍ବର ଥିବାରୁ ଏଗୁଡ଼ିକୁ ବାହାରେ ବିକ୍ରି କରିହେବ ନାହିଁ। ଏହା ବ୍ୟତୀତ ଚୋରି ହୋଇଥିବା ସମସ୍ତ ମଦ ବୋତଲର ଦାମ ଆକଳନ କରାଯାଇ ପାରିନାହିଁ। ରେଷ୍ଟୁରାଣ୍ଟରେ  Yquem ୧୮୦୬ ସ୍ବତନ୍ତ୍ର ମଦ ବୋତଲଟି ଚୋରି ହୋଇଥିବାରୁ କର୍ତ୍ତୃପକ୍ଷ ବହୁ ଚିନ୍ତାରେ ଅଛନ୍ତି। ସେପଟେ କାସେରେସ୍‌ ପୋଲିସ ଘଟଣାରେ ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.