ହୋଟେଲରେ ପ୍ରଶଂସକଙ୍କ ବ୍ୟବହାରକୁ ନେଇ ଖପ୍ପା ଟିମ ଇଣ୍ଡିଆ

Published By : Prameya-News7 Bureau | June 29, 2019 IST

ବର୍ମିଙ୍ଗହାମ ୨୯/୬ : ଆଇସିସି ବିଶ୍ୱକପରେ ଭାରତ କାଲି ଇଂଲଣ୍ଡ ସହ ମୁହାଁମୁହିଁ ହେବ । ଏଥିପାଇଁ ଟିମ ଇଣ୍ଡିଆ ବର୍ମିଙ୍ଗହାମରେ ପହଞ୍ଚି ସାରିଛି । ଏତି ମଧ୍ୟରେ ଭାରତୀୟ ଟିମ ରହୁଥିବା ହୋଟେଲରେ ଏକ ବିବାଦ ମାହୋଲକୁ ସରଗରମ କରିଛି । ଯେଉଁ ହୋଟେଲରେ ଟିମ ଇଣ୍ଡିଆ ରହୁଛି ସେଠାରେ ଆଉ କିଛି ପ୍ରଶଂସକ ମଧ୍ୟ ରହୁଛନ୍ତି । ପ୍ରଶଂସକ ଏମିତି କିଛି କାମ କରିଛନ୍ତି ଯେଉଁଥିପାଇଁ ହୋଟେଲ ମ୍ୟାନେଜମେଣ୍ଟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ହୋଟେଲରେ କିଛି ପ୍ରଶଂସକ ଭାରତୀୟ ଖେଳାଳିଙ୍କ ବ୍ୟକ୍ତିଗତ ଜୀବନକୁ ଉଲଂଘନ କରିବାକୁ ଚେଷ୍ଟା କରିଥିଲେ । ଯେଉଁଥିପାଇଁ ଖେଳାଳି ଖପ୍ପା ହୋଇଯାଇଥିଲେ ।

{"id":128526}

ସୂତ୍ର ଅନୁଯାୟୀ, କିଛି ପ୍ରଶଂସକ ଭାରତୀୟ ଖେଳାଳିଙ୍କ ବ୍ୟକ୍ତିଗତ ଜୀବନରେ ଦଖଲ ଦେବା ପାଇଁ ଚେଷ୍ଟା କରିଥିଲେ । ପ୍ରଶଂସକ ଖେଳାଳିଙ୍କ ବିନା ଅନୁମତି ତାଙ୍କର ଏବଂ ତାଙ୍କ ପରିବାରର ଫଟୋ ଉଠାଇଥିଲେ । ଏନେଇ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ ଖେଳାଳି । ଏହାପରେ ହୋଟେଲ ମ୍ୟାନେଜମେଣ୍ଟ ପ୍ରଶଂସକଙ୍କୁ ଚେତାବନୀ ଦେଇଥିଲେ । ଦ୍ୱିତୀୟଥର ଏଭଳି ଭୁଲ ହେଲେ ହୋଟେଲରୁ ବାହାର କରିଦିଆଯିବା ବୋଲି ଧମକ ଦେଇଥିଲେ ହୋଟେଲ ଷ୍ଟାଫ ।

{"id":128528}

ଟିମ ଇଣ୍ଡିଆ ବ୍ରିଜ ଷ୍ଟ୍ରିଟ ରୋଡ଼ରେ ଥିବା ହୋଟେଲ ହୟାତ ରିଜେନ୍ସିରେ ରହୁଛନ୍ତି । ଘଟଣା ଶୁକ୍ରବାର ସନ୍ଧ୍ୟା ପାଖାପାଖି ୫ଟା ବେଳେ ଘଟିଥିଲା । ଖେଳାଳିମାନେ ସେତେବେଳେ ସେହି ହୋଟେଲରେ ରହୁଥିବା ୩ ଜଣ ଲୋକଙ୍କୁ ଲବିରେ ପାଟି କରିବାର ଦେଖିଥିଲେ । ଏମାନେ ବିନା ଅନୁମତିରେ ଖେଳାଳିଙ୍କ ଫଟୋ ଉଠାଉଥିଲେ । ଏମାନେ ଖେଳାଳିଙ୍କ ପରିବାର ସଦସ୍ୟଙ୍କର ମଧ୍ୟ ଫଟୋ ଉଠାଉଥିଲେ । ଏହାପରେ ଖେଳାଳିମାନେ ହୋଟେଲ୍ ମ୍ୟାନେଜମେଣ୍ଟ୍ ଷ୍ଟାଫଙ୍କ ନିକଟରେ ଅଭିଯୋଗ କରିଥିଲେ ।

{"id":128529}

ଖେଳାଳିଙ୍କ ଅଭିଯୋଗ ପରେ ହୋଟେଲ ମ୍ୟାନେଜମେଣ୍ଟ୍ ଷ୍ଟାଫ୍ ସେହି ପ୍ରଶଂସକମାନଙ୍କୁ ସେଠାରୁ ଯିବା ପାଇଁ କହିଥିଲେ । ଆଗକୁ ଏମିତି ଭୁଲ୍ ହେଲେ ହୋଟେଲରୁ ବାହାର କରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ଲୋକଙ୍କ ଏହିଭଳି ବ୍ୟବହାର ପାଇଁ ହୋଟେଲ୍ ଷ୍ଟାଫ୍ ଖେଳାଳିଙ୍କୁ ଭୁଲ ମାଗିଥିଲେ ଏବଂ ଏହିଭଳି ଘଟଣା ଆଗକୁ ଘଟିବନି ବୋଲି ପ୍ରତିଶୃତି ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.