ବଗଲା ଧର୍ମଶାଳା ପରିସରକୁ ସ୍ଥାନାନ୍ତର ହେବ ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଥିବା ହୋଟେଲ ଓ ଲଜିଂ

Published By : Prameya-News7 Bureau | November 29, 2019 IST

ପୁରୀ ୨୯।୧୧: ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ଜୋନରେ ଥିବା ସମସ୍ତ ହୋଟେଲ ଓ ଲଜିଂକୁ ସ୍ଥାନାନ୍ତର କରାଯିବ ବଗଲା ଧର୍ମଶାଳା ପରିସରକୁ । ପ୍ରାୟ ୨୫ ଜଣ ଲଜ୍ ମାଲିକଙ୍କ ସହ ୩ ଟି ସେବାୟତ ନିଯୋଗକୁ ଏଠାରେ ୨୮ଟି ପ୍ଲଟ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଜିଲ୍ଲାପ୍ରଶାସନ ସହ ଲଜିଂ ମାଲିକ ଓ ସେବାୟତ ନିଯୋଗଙ୍କର ଚୁକ୍ତିପତ୍ର ସଂପାଦିତ ହୋଇଥିବା ବେଳେ ଆଗାମୀ ୩, ୪ ଦିନ ମଧ୍ୟରେ ସେଲଡ଼ିଡ଼ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ୭୫ ମିଟର ଅଞ୍ଚଳରୁ ଏଯାବତ୍ ପ୍ରାୟ ୫୫ଟି ପ୍ଲଟ୍ ପ୍ରଶାସନ କିଣି ସାରିଥିବା ବେଳେ ୨ ତାରିଖ ଅବଧି ମଧ୍ୟରେ ଅବଶିଷ୍ଟ ପ୍ଲଟ୍ କ୍ରୟ କରାଯିବ।   

{"id":191635,"sizeSlug":"large"}

ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ସୁରକ୍ଷା ଜୋନ ମଧ୍ୟରୁ ବିସ୍ଥାପିତ ହେଉଥିବା ହୋଟେଲ ଓ ଲଜିଂକୁ ଥଇଥାନ କରାଯିବ। ଲଜିଂ ଓ ହୋଟେଲ ହରାଉଥିବା ପ୍ରାୟ ୨୫ଜଣ ମାଲିକଙ୍କୁ ବଡ଼ଦାଣ୍ଡରେ ଥିବା ବଗଲା ଧର୍ମାଶାଳା ଜମିରେ ପ୍ଲଟ୍ ଦିଆଯିବ। ଏହାଛଡ଼ା ଏହି ଅଞ୍ଚଳରେ ଥିବା ୩ଟି ପ୍ରମୁଖ ସେବାୟତ ନିଯୋଗ ପ୍ରତିହାରୀ ନିଯୋଗ, ଭିତର ସେବାୟତ ନିଯୋଗକୁ ମଧ୍ୟ ଏହି ଜମିରେ ଥଇଥାନ କରାଯିବ। ଗତକାଲି ଲଜିଂ ମାଲିକ, ସେବାୟତ ନିଯୋଗ ଓ ଜିଲ୍ଲା ପ୍ରଶାସନ ସହ ବୈଠକ ପରେ ଏହି ନିଷ୍ପତି ହୋଇଛି। ସ୍ବେଚ୍ଛାକୃତ ଜମି ଦାନରେ ୧୦ପ୍ରତିଶତ ଅଧିକ ଅର୍ଥ ଦିଆଯିବା ସମୟସୀମା ଆସନ୍ତା ଡ଼ିସେମ୍ବର ୨ ତାରିଖରେ ସରୁଥିବାରୁ ଏହା ପୂର୍ବରୁ ଏହି ଜମିର ସେଲ୍ଡ଼ିଡ଼୍ କରାଯାଇ ଅଧିଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

{"id":191636,"sizeSlug":"large"}

ବଗଲା ଧର୍ମଶାଳାକୁ କିଛିଦିନ ପୂର୍ବେ ଭଙ୍ଗାଯାଇ ସେଠାରେ ଅନ୍ୟ ଏକ ପ୍ରକଳ୍ପ ପାଇଁ କାର୍ଯ୍ୟ ଚାଲୁଥିଲା। ତେବେ ଏହି ଧର୍ମଶାଳା ଅଞ୍ଚଳରେ ପ୍ରାୟ ୨.୬୯ ଏକର ଜମିକୁ ନଗର ଉନ୍ନୟନ ବିଭାଗ ଏବେ ରାଜସ୍ବ ବିଭାଗକୁ ହସ୍ତାନ୍ତର କରିଛି। ଓଡ଼ିଶା ବ୍ରିଜ୍ କନଷ୍ଟ୍ରକସନ୍ କର୍ପୋରେସନ୍ ଏହି ପ୍ଲଟିଂ ସ୍କିମ୍ ପାଇଁ ପିକେଡ଼ିଏକୁ ଅନୁମୋଦନ ପାଇଁ ପଠାଇଛି। ଏଠାରେ ୩ଟି ବର୍ଗର ୨୮ଟି ପ୍ଲଟକୁ ବିସ୍ଥାପିତ ହେଉଥିବା ଲଜିଂ ଓ ସେବାୟତ ନିଯୋଗକୁ ବଣ୍ଟାଯିବ। ତେବେ ବଗଲା ଧର୍ମାଶାଳା ତୀର୍ଥଯାତ୍ରୀଙ୍କ ପାଇଁ ସୁଲଭ ଦରରେ ରହିବା ସ୍ଥାନ ହୋଇଥିବା ବେଳେ ଏହାକୁ ଲଜିଂ ମାଲିକଙ୍କୁ ହସ୍ତାନ୍ତର ନେଇ ବିଭିନ୍ନ ସ୍ତରରେ ଆପତ୍ତି ଉଠାଯାଇଛି। ଏହି ଜମି ବହୁବର୍ଷ ପୂର୍ବେ ଦାନ ଅର୍ଥରେ ତୀର୍ଥଯାତ୍ରୀଙ୍କ ପାଇଁ ମିଳିଥିବାରୁ ଏହାକୁ ଲଜିଂ ଓ ହୋଟେଲ ମାଲିକଙ୍କୁ ଦିଆଯିବାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ତେବେ ସେବାୟତ ନିଯୋଗ କର୍ମକର୍ତ୍ତାମାନେ ଏହି ଜମି ହସ୍ତାନ୍ତରକୁ ସମର୍ଥନ କରିଛନ୍ତି।

{"id":191637,"sizeSlug":"large"}

୭୫ ମିଟର ସୁରକ୍ଷା ଜୋନରେ ଥିବା ୧୮୦ ଟି ପ୍ଲଟ୍ ମଧ୍ୟରୁ ଏଯାବତ୍ ୫୮ଟି ପ୍ଲଟ୍ ପ୍ରଶାସନ କିଣି ସାରିଛି। ଅବଶିଷ୍ଟ ପ୍ଲଟ ଗୁଡ଼ିକ ଖୁବ୍ ଶୀଘ୍ର ଅଧିଗ୍ରହଣ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.