କଙ୍ଗାରୁ କୋର୍ଟରେ ଗରମ ପାଣି: ଠାକୁରାଣୀଙ୍କ କଥାରେ ମାତିଲେ ଗାଁ ଲୋକେ, ୧୩ ଜଣ ଗିରଫ

Published By : Prameya-News7 Bureau | June 22, 2020 IST

ନୟାଗଡ଼୨୨/୬: ଗୁଣି ଗାରେଡ଼ି ସନ୍ଦେହରେ ଗାଁ ଲୋକ ମିଶି ସ୍ବାମୀ-ସ୍ତ୍ରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ। ନୟାଗଡ ଜିଲ୍ଲା ରଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ଲୋକଙ୍କ ଅଭିଯୋଗ ଯେ, ଏହି ସ୍ବାମୀ-ସ୍ତ୍ରୀ ଦୁଇଜଣ ମିଶି ଗାଁ ଲୋକଙ୍କୁ ଗୁଣି କରୁଛନ୍ତି। ଏ ନେଇ ଗ୍ରାମବାସୀ ସ୍ବାମୀ-ସ୍ତ୍ରୀ ଉଭୟଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ସ୍ବାମୀ-ସ୍ତ୍ରୀ ରଣପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ପୋଲିସ୍‌ ଗାଁର ୧୩ ଜଣଙ୍କୁ ଗିରଫ କରିଛି। 

ଗୁଣି କରୁଥିବା ସନ୍ଦେହ କରି ସ୍ବାମୀ ଏବଂ ସ୍ତ୍ରୀଙ୍କୁ ଅକଥନୀୟ ନିର୍ଯାତନା। କଙ୍ଗାରୁ କୋର୍ଟ କରି ଗଁ। ଦାଣ୍ଡରେ ଉଭୟଙ୍କୁ ମାଡ ମାରିଲେ ଗ୍ରାମବାସୀ । କେବଳ ସେତିକି ନୁହେଁ ଜୋର୍‌ ଜବରଦସ୍ତ ସେମାନଙ୍କ ହାତକୁ ଗରମ ପାଣିରେ ବୁଡ଼ାଇ ଦେଇଥିଲେ ଗ୍ରାମବାସୀ। ନୟାଗଡ ଜିଲ୍ଲା ରଣପୁର ଥାନା ଭାଲିଆମାଳି ଗାଁରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।

କିଛି ଦିନ ହେଲା ଗଁ।ରେ ଲୋକଙ୍କର ଦେହ ଖରାପ ହୋଇଥିଲା। କେହି ଗୁଣି କରୁଥିବା ଗ୍ରାମବାସୀ ସନ୍ଦେହ କରୁଥିଲେ । ଗତ ଶନିବାର ଗଁ।ର ଜଣେ ଯୁବତୀ ବାହାରକୁ ଶୈ।ଚ ହେବାକୁ ଯାଇଥିବା ବେଳେ ହଠାତ୍ ରକ୍ତବାନ୍ତି କରି ଅସୁସ୍ଥ ହୋଇ ପଡିଥିଲେ । ଲୋକମାନଙ୍କ ମନରେ ସନ୍ଦେହ ଆହୁରି ଦୃଢିଭୁତ ହେବାପରେ ଗଁ।ରେ ସଭା ବସିଥିଲା । ଗ୍ରାମବାସୀ ଗଁ।ର ଜଣେ ମହିଳାଙ୍କ ଦେହରେ ଠାକୁରାଣୀ ଉଭା କରି ହେଉଥିବା ରୋଗର କାରଣ ପଚାରିଥିଲେ । ଠାକୁରାଣି କୁଆଡେ ଗଁ।ର ବସନ୍ତ ଦେହୁରୀ ଗୁଣି କରୁଥିବା କହିଥିଲେ । ତା ପରେ ଆରମ୍ଭ ହୋଇଥିଲା କଙ୍ଗାରୁ କୋର୍ଟ ।

ବସନ୍ତ ଏବଂ ତାଙ୍କ ସ୍ତ୍ରୀ ମିନାଙ୍କୁ ଜୋର ଜବରଦସ୍ତ ଗଁ। ଦାଣ୍ଡକୁ ଅଣାଯାଇଥିଲା। ସେଠାରେ ସମସ୍ତଙ୍କ ସମ୍ମୁଖରେ ଉଭୟଙ୍କୁ ପ୍ରବଳ ମାଡ ମାରିଥିଲେ ଗ୍ରାମବାସୀ । ଏହାପରେ ଠାକୁରାଣୀଙ୍କ ନିର୍ଦ୍ଦେଶରେ ହଣ୍ଡାରେ ଫୁଟୁଥିବା ଗରମ ପାଣିରେ କିଛି ଲୋକ ବସନ୍ତଙ୍କ ହାତକୁ ବୁଡାଇ ଦେଇଥିଲେ। ବସନ୍ତଙ୍କ ପୁଅଠାରୁ ଖବର ପାଇ ସେହି ସମୟରେ ରଣପୁର ପୋଲିସ ଗଁ।ରେ ପହଞ୍ଚିଯିବାରୁ ଲୋକମାନେ ଫେରାର୍ ହୋଇଯାଇଥିଲେ । ପୋଲିସ ବସନ୍ତଙ୍କୁ ଉଦ୍ଧାର କରି ରଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।

ନୟାଗଡ ଜିଲ୍ଲାରେ କଙ୍ଗାରୁ କୋର୍ଟ କରି ନିର୍ଯାତନା ଦିଆଯିବା ଘଟଣା ନୂଆ ନୁହେଁ । ଏହାକୁ ରୋକିବା ପାଇଁ ଅଧିକ ସଚେତନତା କାର୍ଯ୍ୟକ୍ରମ କରିବା ଆବଶ୍ୟକ ଏବଂ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବା ଅବଶ୍ୟକ ବୋଲି ବୁଦ୍ଧିଜୀବୀ କହିଛନ୍ତି। ସେପଟେ ଅଭିଯୋଗ ପାଇବା ପରେ ଏଥର ରଣପୁର ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ୍‌ ୧୬୫/୨୦୨୦ରେ ମାମଲା ରୁଜୁ କରି ଗଁ।ର ୧୩ ଜଣଙ୍କୁ ଗିରଫ କରାଯାଇଛି।ରଣପୁର ପୋଲିସ୍‌ର ତ୍ବରିତ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଭାବରେ ଏଭଳି ଅନ୍ଧ ବିଶ୍ବାସକୁ ରୋକିବାରେ କିଛିଟା ସହାୟକ ହେବ । ଏହା ସହିତ ଲୋକଙ୍କ ମଧ୍ୟରେ ସଚେତନତା ପାଇଁ ପ୍ରଶାସନ ପଦକ୍ଷେପ ନେବା ଆବଶ୍ୟକ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.