ସୁଡଙ୍ଗ ଗୁମ୍ଫାରେ ଏବେ ନିର୍ବାସିତ ଜୀବନ ବିତାଉଛନ୍ତି ପର୍ଣ୍ଣ ଇଣ୍ଡଷ୍ଟ୍ରିର ଏହି ହଟ୍ ଷ୍ଟାର, ଜାଣନ୍ତୁ କିଏ

Published By : Prameya-News7 Bureau | August 23, 2019 IST

ଦୀର୍ଘ ସମୟ ହେଲା ଇଣ୍ଡଷ୍ଟ୍ରିରୁ  ନିଖୋଜ ଥିବା ଜନୈକା ପର୍ଣ୍ଣଷ୍ଟାରଙ୍କୁ ଏକ ଟିଭି ଚାନେଲେ ଏବେ ଖୋଜି କାଢିଛି। ନିଜର ଅଙ୍ଗଲାଳିତ୍ୟ ଓ ସୌନ୍ଧର୍ଯ୍ୟ ଲାଗି ଅସଂଖ୍ୟ ଫ୍ୟାନଙ୍କ ସ୍ୱପ୍ନର ନାୟିକା ଜେନି ଲି ଏବେ ବାହ୍ୟ ଜଗତ ସହ ନିଜର ସମସ୍ତ ସମ୍ପର୍କ ତୁଟାଇ ଲାସବେଗାସ୍ ର ସୁଡଙ୍ଗରେ ଏକାନ୍ତ ବାସ କରୁଥିବା ଜଣାପଡିଛି। ୩୭ ବର୍ଷ ବୟସ୍କା ଏହି ମହିଳା କିଛି ସମୟ ପୂର୍ବରୁ ବିଶ୍ୱର ପ୍ରସିଦ୍ଧ ଅଡଲ୍ଟ ଷ୍ଟାରଙ୍କ ମଧ୍ୟରେ ଅନ୍ୟତମ ଥିଲେ। ହେଲେ ଏପରି କଣ ହେଲା ଯେ ସେ ପର୍ଣ୍ଣ ଜଗତର ତମାମ ବିଳାଶ ବ୍ୟାସନକୁ ପଦାଘାତ କରି ଏପରି ଜୀବନକୁ ଫେରିଗଲେ ତାହା କିନ୍ତୁ ସ୍ପଷ୍ଟ ହୋଇନାହିଁ।

{"id":148030}

ଲାସ ବେଗାସ୍ ସୁଡଙ୍ଗକୁ ଡକ୍ୟୁମେଣ୍ଟ୍ରି ସୁଟିଂ କରିବାକୁ ଯାଇଥିବା ଜନୈକ ସାମ୍ବାଦିକ ସେଠାରେ ତାଙ୍କୁ ଚିହ୍ନଟ କରିବା ଏବେ ସମସ୍ତଙ୍କୁ ଚକିତ କରିଦେଇଛି। ସାମ୍ବାଦିକ ସୁଡଙ୍ଗରେ ରହୁଥିବା ପର୍ଣ୍ଣ ଷ୍ଟାରଙ୍କ ଫଟୋ ତାଙ୍କ ସୋସାଲ ମିଡିଆରେ ଅପଲୋଡ କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ସୁଡଙ୍ଗରେ ରହୁଥିବା ଏହି ଆଡଲ୍ଟ ନାୟିକାଙ୍କ ଅବସ୍ଥା ଦେଖି ଏବେ ସମସ୍ତେ ଦୁଃଖ ବ୍ୟକ୍ତ କରୁଛନ୍ତି।  ସହରକୁ ବନ୍ୟା ଓ ଅନ୍ୟ ପ୍ରାକୃତିକ ବିପଦରୁ ରକ୍ଷା କରିବା ଲାଗି ନିର୍ମାଣ ହୋଇଥିବା ୩୨୦ କିଲୋମିଟର ଦୀର୍ଘ ସୁଡଙ୍ଗରେ ବେସାହାରା ଲୋକଙ୍କ ରହିବା ଲାଗି କିଛି ଘର ଅଛି। ଏଠାରେ ସମାଜ ଛଡା ନିଶାଗ୍ରସ୍ତ କିଛି ଲୋକ ରହୁଥିବା ବେଳେ ପର୍ଣ୍ଣଷ୍ଟାର ଜଣକ ବି ସେମାନଙ୍କ ଭିତରେ ନିଜ ପାଇଁ ଆଶ୍ରୟଟିଏ ଯୋଗାଡ କରିନେଇଛନ୍ତି।

{"id":148031}

ଜେନି ଲି ଦୀର୍ଘ ଦିନରୁ ଇଣ୍ଡଷ୍ଟ୍ରି ଛାଡି ସାରିଲେଣି। ହେଲେ ଏବେବି ରହିଛି ତାଙ୍କ ପ୍ରତି ଫ୍ୟାନସଙ୍କ ଆକର୍ଷଣ। ଯେଉଁଥି ଲାଗି ଜେନି ପର୍ଣ୍ଣଷ୍ଟାର ରାଙ୍କିଙ୍ଗର ୧୧୯ ତମ ସ୍ଥାନରେ ରହିଛନ୍ତି। କେବଳ ଏତିକି ନୁହେଁ ତାଙ୍କ ୱେବ୍ ସାଇଟ୍ ରେ ବି ସେ ବେଶ୍ ଚମକୁଛନ୍ତି।  ପ୍ରାୟ ୪୫ ମିଲିୟନରୁ ବି ଅଧିକା ଅଛନ୍ତି ତାଙ୍କର ସବସ୍କ୍ରାଇବର। ହେଲେ ଜେନି ଆଉ ଦ୍ୱିତୀୟ ବାର ସୁଡଙ୍ଗବାହାରକୁ ଯିବେ ନାହିଁ ବୋଲି ସାମ୍ବାଦିକଙ୍କୁ କହିଛନ୍ତି।

{"id":148032}

ତେବେ ଜେନି କାହିଁକି ସୁଡଙ୍ଗ ବାହାରକୁ ଯିବେ ନାହିଁ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଜବାବରେ ସେ ଯାହା କହିଛନ୍ତି ତାହା ସମସ୍ତଙ୍କୁ ତାଜ୍ଜୁବ କରିଛି। ମୋତେ ଯାହା ଦରକାର ସବୁ ଏଠାରେ ମିଳୁଛି। ଏଣୁ ମୁଁ ଏ ସ୍ଥାନ ଛାଡି କାହିଁ କି ବାହାରକୁ ଯିବି ବୋଲି ଓଲଟି ସାମ୍ବାଦିକଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଏଠାରେ ରହୁଥିବା ଲୋକଙ୍କ ମନରେ କିଛି ଆବିଳତା ନାହିଁ। ହୁଏତ ଉପରକୁ ସେମାନେ ଭଲ ଦେଖାଯାଇ ନ ପାରନ୍ତି ହେଲେ ମନରେ ସଚ୍ଚା ସାଥୀ ସେମାନେ। ଲାସବେଗାସ ସୁଡଙ୍ଗ ଅପରାଧ ଓ ନିଶା କାରବାର ଲାଗି ବଦନାମ। ଏଠାରେ ସାଧାରଣ ମଣିଷ ଦିନଟେ ବି ରହିବା କଷ୍ଟକର ହେଲେ ଜେନି କିପରି ଜାଗାକୁ ତାଙ୍କ ଲାଗି ସୁରକ୍ଷିତ ବାଛିଛନ୍ତି ତାହା ସେ ହିଁ କେବଳ ଜାଣନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.