Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ତେଜିଲା ମହାନଦୀ ପ୍ରସଙ୍ଗ ; ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟକୁ ନେଇ ରାଜନୀତି ଜୋର

27/05/2018 at 10:41 AM

ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରତିକ୍ରିୟା… ମୋଦି ସରକାର କନଫ୍ୟୁଜନ ସରକାର … ଓଡିଶାବାସୀଙ୍କୁ ବିଭ୍ରାନ୍ତି କରିଛନ୍ତି … ଟ୍ରିବ୍ୟୁନାଲ ନେଇ ମିଥ୍ୟା କଥା କହିଛନ୍ତି … ମୋଦିଙ୍କ ଚିକ୍କଣ ଭାଷଣରେ ପ୍ରଭାବିତ ହେବେନି ରାଜ୍ୟବାସୀ … ଅସତ୍ୟର ପ୍ରଭାବ ପଡିନି … ମୋଦି ସରକାର କିଛି କମିଟମେଣ୍ଟ ଦେଇନାହାନ୍ତି … ଯାହାକି ଦୁଃଖ ଓ ଆଶ୍ଚର୍ଯ୍ୟର କଥା … ମହାନଦୀ ସମସ୍ୟାର ସମାଧାନ ପାଇଁ ରାଜ୍ୟ ପ୍ରଥମେ ଟ୍ରିବ୍ୟୁନାଲ ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ ଯାହାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟର ଛାଟ ପରେ ଟ୍ରିବ୍ୟୁନାଲ ଗଠନ କରିବାକୁ ବାଧ୍ୟ ହେଲେ … ବର୍ତ୍ତମାନ ସୁଦ୍ଧା ମଧ୍ୟ ଟ୍ରିବ୍ୟୁନାଲ କାର୍ଯ୍ୟକାରୀ ନେଇ କୌଣସି ସହଯୋଗ କରନାହାନ୍ତି … ମୋଦି ଯଦି ଓଡିଶା ବିଷୟରେ କିଛି ଜାଣିପାରିନାହାନ୍ତି, ତାହେଲେ ଆୱାର୍ଡ ପରେ ଆୱାର୍ଡ କେମିତି ଦେଉଛନ୍ତି … ଓଡିଶାରେ ମାତୃ ଓ ଶିଶୁ ମୃତ୍ୟୁ ହାର ଜାତୀୟ ହାର ଠାରୁ କମ୍ ରହିଛି … ବିଜେପି ଶାସିତ ଅଞ୍ଚଳରେ ସ୍ବାସ୍ଥ୍ୟବସ୍ଥା ଦୟନୀୟ … ସେପଟେ କୁଶାସନ ପାଇଁ ପୂର୍ବାଞ୍ଚଳକୁ ଟାର୍ଗେଟ କରିଛି ବିଜେପି …
ପ୍ରସନ୍ନଙ୍କ ଅଭିଯୋଗର ଜବାବ ରଖିଲା ବିଜେପି : ମୋଦି ଯାହା କହିଛନ୍ତି ତଥ୍ୟ ଆଧାରିତ କଥା କହିଛନ୍ତି … ମୋଦି ଏକକ ଟ୍ରିବ୍ୟୁନାଲ କଥା କହିଛନ୍ତି … ରାଜ୍ୟ ସରକାରଙ୍କୁ କିଏ ମନା କରିଥିଲା ୧୮ ବର୍ଷ ଭିତରେ ବନ୍ଧ ବାନ୍ଧିବାକୁ …ରାଜ୍ୟ ସରକାର ଯେଉଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ତା ଉପରେ ଶକ୍ତ ଚାପୁଡା ମାରିଲେ ମୋଦି … ଓଡିଶାରେ ମୋଦି ଗସ୍ତର ପ୍ରଭାବ ପଡିବ … ମୋଦିଙ୍କ କଥାକୁ ନେଇ ଲୋକଙ୍କ ପାଖକୁ ଯିବ ଦଳ … ବିଶେଷ ସମ୍ପର୍କ ଅଭିଯାନ କରିବ ବିଜେପି … ଗାଁଠୁ ସହର ସବୁଆଡେ ପହଞ୍ଚିବ ଦଳ ବୁଲିବ … ମୋଦିଙ୍କ ଗସ୍ତ କର୍ମୀଙ୍କୁ ଉତ୍ସାହ ଦେଇଛି, ଶକ୍ତି ଦ୍ବିଗୁଣିତ ହୋଇଛି …
ମୋଦିଙ୍କ ଗସ୍ତ ନେଇ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା : ମୋଦି ନବୀନଙ୍କୁ ସିଧାସଳଖ କିଛି କହିନାହାନ୍ତି … ପରସ୍ପରର ଆବଶ୍ୟକତା ବୁଝି ସଲାସୁତୁରା ହୋଇଛି … ଛତିଶଗଡକୁ ପରୋକ୍ଷରେ ସମର୍ଥନ କରିଛନ୍ତି … ନବୀନଙ୍କ ପ୍ରତି କୋହଳ ମନୋଭାବ ଦେଖାଇଛନ୍ତି … ଲୋକଙ୍କୁ ଭୂଆଁ ବୁଲାଇଛନ୍ତି ମୋଦି … ସିବିଆଇର ଭୟ ହେଉ ବା ୨୦୧୯ ନିର୍ବାଚନ, ସହଯୋଗ ପାଇଁ ବିଜେଡିର ଆବଶ୍ୟକତା ରହିଛି …

Leave a Reply

   Related Posts