Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ରୋଗ ଭଲ ପାଇଁ ପୁଣି ୭ବର୍ଷର ଶିଶୁକୁ ଦିଆଗଲା ଚେଙ୍କ

11/02/2019 at 3:53 PM

ରାଉରକେଲା ୧୧|୨: ପୁଣି ଦିଆଗଲା ୭ବର୍ଷର ଶିଶୁ ପୁତ୍ରକୁ ଚେଙ୍କ । ରୋଗ ଭଲକରିବାକୁ ଶିଶୁଟିକୁ ୩୧ଟି ଚେଙ୍କ ଦିଆଯାଇଛି । ଶିଶୁଟିକୁ ରାଉରକେଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ରାଉରକେଲା ବୀରମିତ୍ରପୁରରେ ବାବୁଲାଲ ବାଗେଙ୍କ ୭ବର୍ଷର ପୁଅ ତା ମାଉସୀ ଘର ଝାଡ଼ଖଣ୍ଡରେ ପାଠ ପଢ଼ୁଥିଲେ । ରକ୍ତହୀନତା ଓ ଜ୍ବର ପାଇଁ ସୀମଡ଼େଗାରେ ଏକ ଗୁଣିଆ ଶିଶୁଟିକୁ ଚେଙ୍କ ଦେଇଥିଲେ । ଶିଶୁ ପୁତ୍ରର ପେଟରେ ଦିଆଯାଇଛି ୩୧ଟି ଚେଙ୍କ ।  ଦେହ ଭଲ ନହେବାରୁ ବାପା ବାବୁଲାଲ ବାଗେ ପୁଅକୁ ସୀମଡେଗାରୁ ବୀରମିତ୍ରପୁର ଆଣି ବୀରମିତ୍ରପୁର ଡାକ୍ତରଖାନାରେ ଚିକିତ୍ସା କରାଉଥିଲେ । ଶିଶୁ ପୁତ୍ରର ସ୍ବାସ୍ଥ୍ୟାବସ୍ଥା ନସୁଧୁରିବାରୁ ତାକୁ ଆଜି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

   Related Posts