Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ନବରଙ୍ଗପୁରରେ ପୁଣି ଚେଙ୍କ ଚିକିତ୍ସା ; ୨୨ରୁ ଅଧିକ ଶିଶୁଙ୍କୁ ଚେଙ୍କ

11/08/2018 at 10:13 AM

ନବରଙ୍ଗପୁର ୧୧/୮ : ନବରଙ୍ଗପୁରରେ ପୁଣି ଚେଙ୍କ ଚିକିତ୍ସା । ଜଣେ କି ଦୁଇ ଜଣଙ୍କୁ ନୁହେଁ ଏକାଥରେ ୨୨ରୁ ଅଧିକ କୋମଳମତି ଶିଶୁଙ୍କୁ ଚେଙ୍କ ଦିଆଯାଇଛି । ଏମିତି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ପାପଡାହାଣ୍ଡିରେ । ଭୀମା ସାହି ଓ କଣ୍ଡା ସାହିର ୨୨ରୁ ଅଧିକ ଶିଶୁଙ୍କୁ ଚେଙ୍କ ଦିଆଯାଇଛି । ପରିବାର ଲୋକେ ଦିଶାରୀଙ୍କ ନିକଟକୁ ନେଇ ଏହି ଶିଶୁ ମାନଙ୍କୁ ଚେଙ୍କ ଦେଇଛନ୍ତି । ଚେଙ୍କ ଦିଆଯାଇଥିବା ସବୁ ଶିଶୁଙ୍କ ବୟସ ୨ ବର୍ଷରୁ ୧୦ବର୍ଷ ଭିତରେ ହେବ । ଦିଶାରୀ ନିଆଁରେ ଦାଆକୁ ଗରମ କରି ଶିଶୁମାନଙ୍କ ପେଟରେ ଚେଙ୍କ ଦେଇଛି । ପରିବାର ଲୋକଙ୍କ କହିବା କଥା ପ୍ରତିବର୍ଷ ଚିତାଲାଗି ଅମାବାସ୍ୟାରେ ଶିଶୁମାନଙ୍କୁ ଚେଙ୍କ ଦିଆଯାଇଥାଏ । ଏପରି କଲେ ପିଲାଙ୍କୁ କୌଣସି ପ୍ରକାର ରୋଗ ହୋଇନଥାଏ । ଏଭଳି ପ୍ରଥା ବହୁ ଦିନରୁ ଚାଲିଆସୁଥିବା ସେମାନେ କହିଛନ୍ତି । ଚେଙ୍କ ଚିକିତ୍ସା ଯୋଗୁ ଅନେକ ସମୟରେ ଶିଶୁମାନେ ଗୁରୁତର ହୋଇ ପଡିଥାନ୍ତି । ତେଣୁ ଚେଙ୍କ ଚିକିତ୍ସା ନ କରିବାକୁ ଲୋକଙ୍କୁ ଜ୍ୟୋତି ରଥ ମାଧ୍ୟମରେ ଜିଲ୍ଲା ପ୍ରଶାସନ ସଚେତନ କରିଥିଲା । ଏଥିପାଇଁ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ରଶ୍ମିତା ପଣ୍ଡା ରାଜ୍ୟସ୍ତରରେ ପୁରସ୍କାର ପାଇଥିଲେ । ହେଲେ ନବରଙ୍ଗପୁରରେ ଏହି କୁପ୍ରଥା ବନ୍ଦ ହୋଇପାରିନାହିଁ ।

   Related Posts