ହଟ୍ ଲୁକ୍‌ରେ ପାର୍ଟିକୁ ଆସିଲେ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ, ଦେଖିବା ଲୋକେ ହେଲେ ଘାଇଲା

Published By : Prameya-News7 Bureau | December 29, 2018 IST

ମୁମ୍ବାଇ ୨୯|୧୨: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଓ୍ବିକେଟ୍ ରକ୍ଷକ ଏବଂ ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନୀଙ୍କ ପତ୍ନୀ ସାକ୍ଷୀ ନିଜର ସୌନ୍ଦର୍ଯ୍ୟ ଯୋଗଁ ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି । ନିକଟରେ ସାକ୍ଷୀ ହଟ୍ ଲୁକ୍ ରେ ଦେଖାଯାଇଥିଲେ । ତାଙ୍କର ଲୁକ୍ ଦେଖି ଦେଖୁଥିବା ଲୋକ ଘାଇଲା ହୋଇଯାଇଥିଲେ । ସେ ଖୁବ୍ ସୁନ୍ଦର ଦେଖାଯିବ ସହ କ୍ୟୁଟ୍ ମଧ୍ୟ ଲାଗୁଥିଲେ ।

ଏକ ଗ୍ରାଣ୍ଡ୍ ପାର୍ଟିରେ ଯୋଗଦେବାପାଇଁ ସପରିବାର ପହଞ୍ଚି ଥିଲେ ମହେନ୍ଦ୍ର ସିଂ ଧୋନୀ । ସାକ୍ଷୀ ଏହି ପାର୍ଟିରେ ତାଙ୍କର ସୌନ୍ଦର୍ଯ୍ୟ ବଳରେ ପାର୍ଟିର ସବୁ ଗ୍ଲାମର ଲୁଟିନେଇଥିଲେ । ଯିଏ ତାଙ୍କୁ ଦେଖିଥିଲେ ସେ ଦେଖିକି ହିଁ ରହିଯାଉଥିଲେ । ଗଣମାଧ୍ୟମ ପ୍ରତିନିଧି ମଧ୍ୟ ତାଙ୍କର ଗୋଟଏ ଫଟୋ ନେବା ପାଇଁ ଉତ୍ସୁକ ହୋଇ ଉଠିଥିଲେ ।

{"id":68324,"width":565,"height":689}

ପାର୍ଟିରେ ଧୋନୀଙ୍କ ପତ୍ନୀ ଲାଲ୍ ରଙ୍ଗର ଶାଢୀ ଏବଂ ସିଲଭର ଷ୍ଟାଇଲିସ୍ ବ୍ଲାଉଜ୍ ପିନ୍ଧିଥିଲେ । ଯେଉଁଥିଲରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ଧୋନୀ ଏବଂ ସାକ୍ଷୀଙ୍କ ସହ ତାଙ୍କ ଝିଅ ଜିଓ୍ବା ଧୋନୀ ମଧ୍ୟ ବହୁତ କ୍ୟୁଟ୍ ଦେଖାଯାଉଥିଲେ । ତାଙ୍କୁ ଧୋନୀ କାଖେଇ ଧରିଥିଲେ ।

୧୯୮୮ ମସିହା ୧୯ ନଭେମ୍ବରରେ ଗୌହାଟୀରେ ସାକ୍ଷୀ ଜନ୍ମଗ୍ରହଣ କରିଥିଲେ । ସେ ୨୦୧୦ ମସିହାରେ ମହେନ୍ଦ୍ର ସିଂ ଧୋନୀଙ୍କୁ ବିବାହ କରିଥିଲେ । ଦୁହେଁ ଉଭୟଙ୍କୁ ପୂର୍ବରୁ ମଧ୍ୟ ଜାଣିଥିଲେ । ଉଭୟେ ଲଭ୍ କମ୍ ଆରେଞ୍ଜ ମ୍ୟାରେଜ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.