Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ଗାନ୍ଧୀଙ୍କ ମୃତ୍ୟୁ ସମ୍ପର୍କରେ ସରକାରୀ ବ୍ରୋସରରେ ଭୁଲ ତଥ୍ୟ ନେଇ ବିଧାନସଭା ହୁଲୁସ୍ତୁଲୁ

15/11/2019 at 11:04 PM

ଭୁବନେଶ୍ବର୧୫|୧୧; ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ତଥ୍ୟକୁ ନେଇ ଆଜି ବିଧାନସଭାରେ ରାଜନୈତିକ ଝଡ଼ ବହିଛି । ଏଥିରୁ କିଭଳି ରୁଟି ସେକାଯିବ ସେଥିରେ ରାଜନୈତିକ ଦଳଙ୍କ ତତ୍ପରତା ଦେଖାଯାଇଛି । ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ  ଉପଲକ୍ଷେ ରାଜ୍ୟ ସରକାରଙ୍କ ଦ୍ଵାରା ମୁଦ୍ରିତ ଏକ ବ୍ରୋସରକୁ ନେଇ ଉଠିଛି ରାଜନୀତି । ଏହି ବ୍ରୋସରରେ ଗାନ୍ଧିଜୀଙ୍କ ମୃତ୍ୟୁ ଆକସ୍ମିକ ଘଟଣା ବୋଲି ଲେଖାଯାଇଛି । ଯାହାକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା  ନରସିଂହ ମିଶ୍ର ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିବା ସହ ବିଧାନସଭାରେ ଦଳମତ ନିର୍ବିଶେଷରେ ନିନ୍ଦା କରାଯାଉ ବୋଲି ଦାବି କରିଛନ୍ତି । ଗୃହର ଉଦବେଗକୁ ଦେଖି ସରକାରଙ୍କୁ ସ୍ପଷ୍ଟୀକରଣ ଦେବାକୁ ରୁଲିଂ ଦେଇଛନ୍ତି ବାଚସ୍ପତି ।

ବିଧାନସଭାରେ ଗାନ୍ଧି –ଗଡସେ ଙ୍କୁ ନେଇ ରାଜନୀତି ହୁଲସ୍ତୁଲ । କିଏ ଗଡସେଙ୍କ ପ୍ରତିମୂର୍ତି ଗାଁ ଗାଁରେ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତିତ କିଏ କହୁଛନ୍ତି କଣ ପ୍ରକାଶିତ ହୋଇଛି ବ୍ରୋସରରେ ତାକୁ ଆଗ ତର୍ଜମା ହେଉ । ପ୍ରଶ୍ନକାଳରୁ ଶୂନ୍ୟକାଳ ପର୍ଯ୍ୟନ୍ତ ଗାନ୍ଧିଙ୍କ ମତ୍ୟୁ ସଂପର୍କିତ ତଥ୍ୟକୁ ନେଇ ଆଜି ଉଠିଛି ପଡିଛି ବିଧାନସଭା ।

ପଡା ଗାଁକୁ ରାଜସ୍ବ ଗ୍ରାମରେ ପରିଣତ କରିବା ପାଇଁ ସରକାରଙ୍କ ଯୋଜନା ଉପରେ ପ୍ରଶ୍ନକାଳରେ ଆଲୋଚନା ଚାଲିଥିଲା। ଏତିକି ବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜସ୍ବ ଗାଁରେ ଗଡସେଙ୍କ ମନ୍ଦିର ତିଆରି ପାଇଁ ସରକାରଙ୍କ ଯୋଜନା ଅଛିକି ବୋଲି ପ୍ରଶ୍ନ କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ପ୍ରକାଶିତ ଏକ ବ୍ରୋସରରେ ଗାନ୍ଧିଙ୍କ ମୃତ୍ୟୁକୁ ଏକ ଆକସ୍ମିକ ଘଟଣା ବୋଲି ବର୍ଣ୍ଣନା ହୋଇଥିବାରୁ ତାକୁ ଆକ୍ଷେପ କରି ନରସିଂହ ତାତ୍ସଲ୍ୟ କରିଥିଲେ ।

 ଅବଶ୍ୟ ରାଜସ୍ବ ମନ୍ତ୍ରୀ କହିଥିଲେ ଯେ ମୂର୍ତ୍ତି ଗଢିବା ଦାୟିତ୍ବ ତାଙ୍କ ବିଭାଗର ନୁହଁ ।  ଶୂନ୍ୟକାଳରେ ଏପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ଭିତରେ କଥା କଟାକଟି ହୋଇଥିଲା ।  କଥାକୁ ଆଉ ପାଦେ ଆଗକୁ ନେଇ ନରସିଂହ କହିଛନ୍ତି, ବିଜେଡି-ବିଜେପି ଏବେ ଭାଇଭାଇ ହୋଇଥିବାରୁ ଗଡସେଙ୍କୁ ଗାନ୍ଧି ହତ୍ୟାକାରୀ ବୋଲି କହିବାକୁ ପଛଉଛନ୍ତି ରାଜ୍ୟ ସରକାର ।

ବିଜେଡି କଂଗ୍ରେସ ଭିତରେ ଏଭଳି ତେରଛା ବାଣ ଚାଲିଥିଲା ବେଳେ ନିଶାନାରେ ଥିଲା ବିଜେପି ।  ସ୍ମିତାରାଣି ପ୍ରସଙ୍ଗରେ ବିଜେପି ବିଧାୟକ ମାନେ ମୁହଁରେ କଳାପଟି ବାନ୍ଧି ମୌନ ମୁଦ୍ରାରେ ବସିଥିଲେ। ଆଉ ଏତିକି ବେଳେ ଗାନ୍ଧି-ଗଡସେ ଆକ୍ଷେପ ବିଜେପି ଆଡକୁ ଯାଉଥିଲା । ବିଜେପି ନେତାମାନେ କିଛି କହିପାରୁ ନଥିଲେ ।  ହେଲେ ଗୃହ ବାହାରେ ଉଭୟ କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ କରିଥିଲା ବିଜେପି । ବିଧାନସଭାରୁ ସ୍ମିତାରାଣୀ ହତ୍ୟା ଅଭିଯୋଗ ଝଡକୁ ଚପାଇବାକୁ ଗାନ୍ଧି-ଗଡସେ ପ୍ରସଙ୍ଗକୁ ଟଣାଯାଇଛି ବୋଲି ବିଜେପି ଅଭିଯୋଗ କରିଛି ।

ବିଧାୟକ ମାନଙ୍କ ଏଭଳି ଉଦବେଗ ଦେଖି ଗଣଶିକ୍ଷା ମନ୍ତ୍ରୀ ଏପ୍ରସଙ୍ଗରେ ଆସନ୍ତା କାଲି ଗୃହରେ ବିବୃତି ଦେବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି । 

   Related Posts