ଧାନବିକ୍ରି ପାଇଁ ଟୋକନ ବ୍ୟବସ୍ଥା ରହିବ ନା ହଟିବ – ଏହାକୁ ନେଇ ବିଧାନସଭାରେ ସରକାରଙ୍କୁ ଘେରିଲେ ବିରୋଧୀ

Published By : Prameya-News7 Bureau | November 22, 2019 IST

ଭୁବନେଶ୍ୱର ୨୨।୧୧ - ଧାନବିକ୍ରି ପାଇଁ ଟୋକନ ବ୍ୟବସ୍ଥା ରହିବ ନା ହଟିବ ? ଏହାକୁ ନେଇ ଜାରି ରହିଛି ସସପେନ୍ସ । କାରଣ ଖୋଦ୍ ଖାଦ୍ୟଯୋଗାଣ ଓ ସମବାୟ ମନ୍ତ୍ରୀ ଜାଣି ନାହାଁନ୍ତି ଟୋକନ ପ୍ରତ୍ୟାହାର ହୋଇଛି କି ନାହିଁ । ମୋ ପାଖରେ ଏନେଇ ସବିଶେଷ ତଥ୍ୟ ନାହିଁ, ସୋମବାର ମନ୍ତବ୍ୟ ରଖିବି ବୋଲି ମନ୍ତ୍ରୀ ଗୃହରେ କହିବା ପରେ ପ୍ରସଙ୍ଗ ଅଧିକ ଗୋଳମାଳିଆ ହୋଇଛି । କାରଣ ବିଧାନସଭାରେ  ମନ୍ତ୍ରୀ ସ୍ପଷ୍ଟଭାବେ କହିଥିଲେ ଯେ ଟୋକନ ବ୍ୟବସ୍ଥା ଏକ ସ୍ବଛ ବ୍ୟବସ୍ଥା,  ଏହା ପ୍ରତ୍ୟାହାର ହେବନି । ହେଲେ ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ କରିବାକୁ ଗୁରୁବାର ମନ୍ତ୍ରୀ ସୁଶାନ୍ତ ସିଂ ଓ ସରକାରୀ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ବରଗଡ ଓ ସମ୍ବଲପୁର ଚାଷୀଙ୍କୁ ପ୍ରତିଶୃତି ଦେଇଥିଲେ ଯେ ମଣ୍ଡିରେ ଧାନ ବିକିବାକୁ ଟୋକନ ଜରୁରୀ ନୁହେଁ । ଯାହାକୁ ନେଇ ଆଜି ବିଧାନସଭାରେ ବିରୋଧୀ ଘେରିଥିଲେ ସରକାରଙ୍କୁ । ସଠିକ୍ ତଥ୍ୟ ଦେଇନପାରିବାରୁ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଇସ୍ତଫା ଦାବି କରିଥିଲେ ।

{"id":188370,"sizeSlug":"large"}

ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ପ୍ରତିଶ୍ରୁତି ପରେ ବରଗଡ ଓ ସମ୍ବଲପୁରରେ ଧାନ ବିକ୍ରି ସ୍ବାଭାବିକ ହୋଇଛି । ତେବେ ପ୍ରଶ୍ନ ହେଉଛି ଟୋକନ ବ୍ୟବସ୍ଥା ଲାଗୁ ହେବନି ବୋଲି ସୁଶାନ୍ତ ସିଂ ଓ ରୋହିତ ପୂଜାରୀ ଚାଷୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା କେବଳ ବରଗଡ ଓ ସମ୍ବଲପୁର ପାଇଁ ନା ସାରା ରାଜ୍ୟ ପାଇଁ ଲାଗୁ ହେବ ? ଏହି ଦୁଇ ନେତା ସରକାରଙ୍କ ପ୍ରତିନିଧି ଭାବେ ଚାଷୀଙ୍କ ସହ ଆଲୋଚନା କରିଥିଲେ ନା ବିଜେଡି ପ୍ରତିନିଧି ଭାବେ ?  ଶୂନ୍ୟକାଳରେ ଏଭଲି ପ୍ରଶ୍ନ ବାଣରେ ସରକାରଙ୍କୁ ଘାଇଲା କରିଥିଲେ ବିରୋଧୀ ।

{"id":188372,"sizeSlug":"large"}

ଟୋକନ ବିବାଦ ତୁଟି ନଥିବା ବେଳେ ଧାନର ମାନକୁ ନେଇ ଉଠିଲାଣି ପ୍ରଶ୍ନ । ଚାଷୀ ଅମଳ କରୁଥିବା କୌଣସି ବି ଧାନ ଏ-ଗ୍ରେଡ ନୁହେଁ କହି ସେଇ ରେଟ୍ ରେ ଚାଷୀଙ୍କଠୁ ଧାନ କିଣାଯାଉନଥିବା ନେଇ ଗୃହରେ ପ୍ରଶ୍ନ ଉଠାଇଛନ୍ତି ବିରୋଧିଦଳ ନେତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.