Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • Australian Open 2022 ଟାଇଟଲ୍ ଜିତିଲେ ଏଶ୍ଲେ ବାର୍ଟି, ଦେଶ ପାଇଁ ରଚିଲେ ଇତିହାସ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||

ସୁପର ମଡେଲ ପଦ୍ମାଲକ୍ଷ୍ମୀଙ୍କ ହଟ୍ ଏବଂ ସେକ୍ସି ବିକିନି ଫଟୋ ଭାଇରାଲ : ସେକ୍ସ ଥିଲା ତାଙ୍କ ବିବାହ ବିଚ୍ଛେଦର ମୁଖ୍ୟ କାରଣ

7/09/2019 at 3:46 PM

ମୁମ୍ବାଇ ୭/୯: ପଦ୍ମାଲକ୍ଷ୍ମୀ ଜଣେ ସୁପର ମଡେଲ୍। ସେ ଭାରତୀୟା ହେବା ସହ ଆମେରିକୀୟା। ସେ ହଲିଉଡ ସହ ବଲିଉଡ ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି। ସେ ଅନେକ ଆନ୍ତର୍ଜାତୀୟ ବ୍ରାଣ୍ଡର ଆମ୍ବାସାଡର। ପଦ୍ମାଙ୍କ ବିବାହ ଜଣାଶୁଣା ଲେଖକ ସଲମାନ ରଶଦିଙ୍କ ସହ ହୋଇଥିଲା। ଉଭୟଙ୍କର ପ୍ରଥମ ସାକ୍ଷାତ ସେତେବେଳେ ହୋଇଥିଲା ଯେତେବେଳେ ସଲମାନଙ୍କୁ ୫୧ବର୍ଷ ବୟସ ହୋଇଥିଲା ଏବଂ ସେ ତାଙ୍କର ତୃତୀୟ ପତ୍ନୀଙ୍କ ସହ ରହୁଥିଲେ। ସେତେବେଳେ ପଦ୍ମାଙ୍କୁ ମାତ୍ର ୨୮ବର୍ଷ ବୟସ ହୋଇଥିଲା। କିନ୍ତୁ ଏହି ବିବାହ ମାତ୍ର ୩ବର୍ଷ ତିଷ୍ଠିଥିଲା। କିଛି ଦିନ ତଳେ ପଦ୍ମାଲକ୍ଷ୍ମୀଙ୍କ ଅଟୋବାୟୋଗ୍ରାଫି ଅବସରରେ ସେ କହିଥିଲେ ଯେ ଉଭୟଙ୍କର ବିବାହ ବିଚ୍ଛେଦ ହେବାର ମୁଖ୍ୟ କାରଣ ଥିଲା ସେକ୍ସ।

ପଦ୍ମା ୨୦୦୪ମସିହାରେ ସଲମାନଙ୍କୁ ବିବାହ କରିଥିଲେ।

ଉଭୟଙ୍କର ସାକ୍ଷାତ ୧୯୯୯ମସିହାରେ ହୋଇଥିଲା।

ପଦ୍ମା ସେତେବେଳେ ସିଙ୍ଗଲ ଥିଲେ।

ପଦ୍ମା ସଲମାନଙ୍କ ପରେ ଆଇଏମଜି କମ୍ପାନୀର ମୁଖ୍ୟ ଏବଂ ଧନୀ ଟ୍ରେଡ ସ୍ପୋର୍ଟସମ୍ୟାନଙ୍କୁ ବିବାହ କରିଥିଲେ।

ମଡେଲ,ଅଭିନେତ୍ରୀ ଏବଂ ଟେଲିଭିଜନ ସଞ୍ଚାଳିକା ପଦ୍ମା ଲକ୍ଷ୍ମୀଙ୍କ ଜନ୍ମ ୧୯୭୦ମସିହା ସେପ୍ଟେମ୍ବର ୧ତାରିଖରେ ହୋଇଥିଲା।

ସେ ତାମିଲନାଡ଼ୁର ଅୟଙ୍ଗର ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ।

ପଦ୍ମାଙ୍କ ପିଲାଦିନ ନ୍ୟୁୟର୍କରେ ବିତିଥିଲା। ପଦ୍ମାଙ୍କ ମାଆ ବାପାଙ୍କ ବିଚ୍ଛେଦ ହେବା ପରେ ପଦ୍ମାଙ୍କ ମାଆ ନ୍ୟୁୟର୍କରେ ରହୁଥିଲେ।

ପଦ୍ମା ମାତ୍ର ୧୮ବର୍ଷ ବୟସରେ ମଡେଲିଂ ଆରମ୍ଭ କରି ଦେଇଥିଲେ।

ପଦ୍ମାଙ୍କର ୬ବର୍ଷ ବୟସର ଝିଅ କୃଷ୍ଣା ଅଛନ୍ତି।

ପଦ୍ମା ୨୦୦୫ମସିହାରେ ‘ବୁମ’ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିଲେ।

ଏହି ଫିଲ୍ମରୁ କ୍ୟାଟରିନା କୈଫ ମଧ୍ୟ ଡେବ୍ୟୁ କରିଥିଲେ।

‘ବୁମ’ ଫିଲ୍ମରେ ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ଏହି ଫିଲ୍ମରେ ପଦ୍ମା ,ଶୀଲା ବାର୍ଡ଼େଜଙ୍କ ଭୂମିକାରେ ଅଭିନୟ କରିଥିଲେ।

ଥରେ ଛୁଟି ସମୟରେ ପଦ୍ମା ସ୍ପେନର ମାଦ୍ରିଦର ଏକ କ୍ୟାଫେରେ ବସିଥିଲେ। ଠିକ୍ ସେତିକିବେଳେ ଜଣେ ମଡେଲିଂ ଏଜେଣ୍ଟଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା।

ଏହାପରଠୁ ପଦ୍ମା ମଡେଲିଂ କରିବା ଆରମ୍ଭ କରି ଦେଇଥିଲେ।

   Related Posts