Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

୨୬ରୁ ଖୋଲିବ ହଷ୍ଟେଲ, ଅନ୍ତେବାସୀଙ୍କର ନିୟମିତ ହେବ ସ୍ୱାସ୍ଥ୍ୟ ପରୀକ୍ଷା

22/07/2021 at 8:28 AM

ଭୁବନେଶ୍ୱର,୨୨/୦୭ :  ୨୬ ତାରିଖରୁ ହଷ୍ଟେଲ ଖୋଲିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଦ୍ବାଦଶ ଏବଂ ଦଶମ ଶ୍ରେଣୀ ସ୍କୁଲ ଖୋଲିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ତେବେ ହଷ୍ଟେଲ ଖୋଲିବା ପାଇଁ କୌଣସି ନିଷ୍ପତ୍ତି ହୋଇନଥିଲା। ଏନେଇ ନ୍ୟୁଜ ସେଭେନରେ ଖବର ପ୍ରସାରଣ ପରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।

ଏ ବାବଦରେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏସ.ଓ.ପି ଜାରି କରାଯାଇଛି। ଏଥିରେ ପିଲାମାନଙ୍କୁ କରୋନା ନିୟମାବଳୀ ମାନିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ମେସ୍ , ଟଏଲେଟ ଯେଉଁ ସବୁ ସ୍ଥାନରେ ଅନ୍ତେବାସୀଙ୍କ ଆତଜାତ ଅଧିକ ରହିଥାଏ , ସେସବୁ ସ୍ଥାନକୁ ବାରମ୍ବାର ସାନିଟାଇଜ୍ କରିବାକୁ କୁହାଯାଇଛି। ଛାତ୍ର କିମ୍ବା ଛାତ୍ରୀମାନଙ୍କୁ ସ୍ବାସ୍ଥ୍ୟ ବିଷୟରେ ପରାମର୍ଶ ଦିଆଯିବ । ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରହିବା ଲାଗି ଅଭିଭାବକମାନେ ସହମତି ପତ୍ର ପ୍ରଦାନ କରିବେ।

ଅନ୍ତେବାସୀମାନଙ୍କର ନିୟମିତ ଅନ୍ତରରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଅନ୍ତେବାସୀମାନେ ହଷ୍ଟେଲର କୌଣସି ସ୍ଥାନରେ ଏକାଠି ହେବା ଲାଗି ଅନୁମତି ଦିଆଯିବ ନାହିଁ। ସ୍କୁଲ୍ କଲୋଜ୍ ଖୋଲିବା ନିଷ୍ପତ୍ତି ପରେ ହଷ୍ଟେଲ ଖୋଲିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଛାତ୍ରଛାତ୍ରୀ । ଏଥିପାଇଁ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

   Related Posts