Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଛାତ୍ରଙ୍କୁ ପିଟି ଚାକିରି ଗଲା , ପୁଣି ବାନ୍ଧିଲା ପୋଲିସ

20/08/2019 at 6:12 PM

ଭୁବନେଶ୍ବର  ୨୦/୮: ଭୁବନେଶ୍ବର ଗାନ୍ଧି ସାଇନ୍‌ସ୍‌ କଲେଜ ହଷ୍ଟେଲରେ ଛାତ୍ରଙ୍କୁ ନିସ୍ତୁକ ପିଟିବା ଘଟଣାରେ ସଂପୃକ୍ତ ଓ୍ବାର୍ଡ଼େନ୍‌ ବିଶ୍ବ ରଞ୍ଜନ ରଣାଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଗତକାଲି ସୋସିଆଲ ମିଡିଆରେ ଛାତ୍ରଙ୍କୁ ମାଡ଼ ସମୟର ଭିଜୁଆଲ ଭାଇରାଲ ହେବା ପରେ କଲେଜ କର୍ତ୍ତୃପକ୍ଷ ସଂପୃକ୍ତ ଓ୍ବାର୍ଡ଼େନଙ୍କୁ ଚାକିରିରୁ ବହିସ୍କାର କରିବା ସହ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ।

ଛାତ୍ରଙ୍କ ମାଡ଼ମାରି ଓ୍ବାର୍ଡ଼େନ୍‌ ଗିରଫ  ହୋଇଛନ୍ତି  । ଗାନ୍ଧି ସାଇନ୍‌ସ୍‌ କଲେଜ ହଷ୍ଟେଲରେ ଛାତ୍ରଙ୍କୁ ନିସ୍ତୁକ ପିଟିବା ଘଟଣାରେ ସଂପୃକ୍ତ ଓ୍ବାର୍ଡ଼େନ୍‌ ବିଶ୍ବ ରଞ୍ଜନ ରଣାଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଓ୍ବାର୍ଡ଼େନ୍‌ ଜଣକ ଛାତ୍ରଙ୍କୁ ମାଡ଼ ମାରିବା ସମୟର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।  ଏହା ପରେ ଗାନ୍ଧି କଲେଜ କର୍ତ୍ତୃପକ୍ଷ  ସଂପୃକ୍ତ ଓ୍ବାର୍ଡ଼େନଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ସୂଚନା ଦେବା ସହ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ  । ଏଫଆଇଆର୍‌  ପରେ କଲେଜରେ ପହଞ୍ଚି ଘଟଣା ସମ୍ପର୍କରେ ପ୍ରିନସିପାଲ ଏବଂ ଛାତ୍ରଙ୍କୁ ପଚରାଉଚରା କରିଥିଲା ପୋଲିସ ।

ଘର ପରିବାର ଠାରୁ ଦୂରରେ ରହି ଆବାସିକ ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ କଲେଜ ଓ୍ବାର୍ଡ଼େନ୍‌ଙ୍କ ଏଭଳି ଅମାନୁସିକ ମାଡ଼ ଘଟଣା ସାମ୍ନାକୁ ଆସିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।  ତେବେ ଗିରଫ ପରେ ସଂପୃକ୍ତ ଓ୍ବାର୍ଡ଼େନ ଜଣକ ନିଜ ଦୋଷ ସ୍ବୀକାର କରିଛନ୍ତି ।

ଛାତ୍ରଙ୍କୁ ପିଟି ଚାକିରି ଗଲା ।  ପୁଣି ବାନ୍ଧିଲା ପୋଲିସ । ରାଜଧାନୀର ଏକ ଆବାସିକ ଶିକ୍ଷାନୁଷ୍ଠାନର ଏଭଳି ଘଟଣା ଅନ୍ୟମାନଙ୍କୁ  ନିଶ୍ଚୟ ସତର୍କ କରିବ ।

   Related Posts