ଢେଙ୍କାନାଳ ଆଶ୍ରମ ସ୍କୁଲ ଛାତ୍ରୀ ଗର୍ଭବତୀ ହେବା ଘଟଣା ; ମାଟ୍ରନଙ୍କ ସହ ୨ ଶିକ୍ଷୟିତ୍ରୀ ବହିଷ୍କୃତ
31/01/2019 at 3:44 PM

ଢେଙ୍କାନାଳ ୩୧|୧: ଢେଙ୍କାନାଳ ଆଶ୍ରମ ସ୍କୁଲ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ମାଟ୍ରନଙ୍କ ସହ ୨ ଶିକ୍ଷୟିତ୍ରୀ ବହିଷ୍କୃତ ହୋଇଛନ୍ତି । ମାଟ୍ରନ ସ୍ମୃତିରେଖା ସେଠୀ, ଶିକ୍ଷୟତ୍ରୀ ସଂଘମିତ୍ରା ଶୁଭଲକ୍ଷ୍ମୀ ଏବଂ ଯୋଗମାୟା ଗଡନାୟକ ବହିଷ୍କୃତ ହୋଇଛନ୍ତି ।

ଢେଙ୍କାନାଳ ସପ୍ତଶଯ୍ୟା ଆଶ୍ରମ ସ୍କୁଲର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ୩ ମାସର ଗର୍ଭବତୀ ହୋଇଥିବା ଜଣାପଡ଼ିଥିଲା । ପ୍ରଧାନଶିକ୍ଷକ ଏ ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଜଣାଇବା ସହ ଥାନାରେ ଅଭିଯୋଗ କରିବା ପରେ ଘଟଣା ଜଣାପଡିଥିଲା । ଘଟଣା ଜଣାପଡିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
Related Posts
ଏମିତି ବି ଆସେ ମୃତ୍ୟୁ ! ଭଜନ ଗାଉଥିବା ବେଳେ ଚାଲିଗଲା ଜୀବନ….
16 January 2021