Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||

ପ୍ରଶାସନିକ ଅବହେଳାର ଏକ ଜ୍ବଳନ୍ତ ଚିତ୍ର – ଆଦିବାସୀ ବହୁଳ ଅଞ୍ଚଳରେ ତିଆରି ହୋଇଛି ହଷ୍ଟେଲ ହେଲେ ଜାଣନ୍ତୁ କାହିଁକି ରହୁ ନାହାନ୍ତି ଛାତ୍ର

14/01/2020 at 4:51 PM

ମୁନିଗୁଡା ୧୪।୦୧- ସରକାର ଆଦିବାସୀ ଓ ହରିଜନ ପିଲାଙ୍କୁ ସ୍କୁଲ ମୁହାଁ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି  ।କିନ୍ତୁ କାର୍ଯ୍ୟକାରିତା ଶୂନ୍ । କେଉଁଠି ହଷ୍ଟେଲ ପାଇଁ କୋଠା ତିଆରି ହୋଇ ଉଦଘାଟନ ହୋଇପାରୁନି ତ ଆଉ କେଉଁଠି କ୍ଲାସ୍ ରୁମ୍ ପାଲଟିଛି ହଷ୍ଟେଲ ।ପ୍ରଶାସନିକ ଅବହେଳାର ଏକ ଜ୍ବଳନ୍ତ ଚିତ୍ର ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାର ଉପାନ୍ତ ଚନ୍ଦ୍ରପୁର ବ୍ଲକ୍ ର ଗେଣ୍ଡାବାଜୁ ଓ ହେମ୍ବୁରୁ ବିଦ୍ୟାଳୟରେ I

ପିଲାମାନେ ହଷ୍ଟେଲରେ ରହି ପାଠ ପଢିବେ । ଏଥି ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଉପାନ୍ତ ଚନ୍ଦ୍ରପୁର ବ୍ଲକ ଗେଣ୍ଡାବାଜୁ ଠାରେ ୨୦୧୦ରେ ତିଆରି ହେ।ଇଥିଲା ହଷ୍ଟେଲ । ଇତି ମଧ୍ୟରେ ୧୦ ବର୍ଷ ବିତିଗଲାଣି I କିନ୍ତୁ ଆଜି ଯାଏ କାମରେ ଆସିଲାନି ହଷ୍ଟେଲ । ଧିରେ ଧିରେ ଭୂତକେ।ଠିରେ ପରିଣତ ହେ।ଇଛି ଏହି କେ।ଠା । ଚାରି ପାଖରେ ବଡ ବଡ ଗଛ ଉଠି ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ତେବେ ଗତ ବର୍ଷ ଏହାକୁ ଉଦଘାଟନ କରିବା ପାଇଁ ପୁଣି ଟଙ୍କା ଖର୍ଚ୍ଚକରି ରଙ୍ଗ ଦିଆଯାଇଥିଲା । ହେଲେ ଏ ଯାଏଁ ଉଦଘାଟନର ନାଁ ଗନ୍ଧ ନାହିଁ । ବାରମ୍ବାର ନେତା, ଅଫିସର ଚକର କାଟୁଛନ୍ତି । କିନ୍ତୁ ଫଳ ଘର ଶୂନ୍ ।

ହେମ୍ବୁରୁ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବି ସମାନ ସ୍ଥିତି । ସର୍ବ ପୁରାତନ ଏହି ହଷ୍ଟେଲରେ ରହୁଥିଲେ ୪୦ ଜଣ ଛାତ୍ର । କିନ୍ତୁ ହଷ୍ଟେଲଟି ସଂପୂର୍ଣ୍ଣ ରୂପେ ଭାଙ୍ଗିଯିବା ପରେ ବାଧ୍ୟ ହେ।ଇ ସ୍କୁଲରେ ରହୁଛନ୍ତି ପିଲା । ସେଇଠି ଖାଇବା, ଶେ।ଇବା ପାଠ ପଢା ସବୁ କିଛି । ତେବେ ରହିବା ପାଇଁ ଛାତ ମିଳିଥିଲେ ବି ଶୌଚାଳୟ ନ ଥିବାରୁ ବହୁ ଅସୁବିଧା ଭେ।ଗୁଛନ୍ତି ଅନ୍ତେବାସୀ । ତେବେ ହଷ୍ଟେଲ ମରାମତି ପାଇଁ  ଶିକ୍ଷା ବିଭାଗକୁ ଅନେକ ଥର ଚିଠି କରାଯାଇଛି । ହେଲେ ୩ ବର୍ଷ ବିତିଥିଲେବି ଏଯାଏଁ ଉତ୍ତର ଆସିନି । ଏହି ସମସ୍ୟାକୁ ଆମେ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ସମାଧାନର ପ୍ରତିଶ୍ରୃତି ଦେଇଛନ୍ତି

ମନ୍ତ୍ରୀ ତ ପ୍ରତିଶ୍ରୃତି ଦେଇଛନ୍ତି, ଦେଖାଯାଉ କେବେ ଆରମ୍ଭ ହେଉଛି ହଷ୍ଟେଲ କେବେ ସ୍ଥିର ହେଉଛନ୍ତି ପିଲା ।

   Related Posts