ଜିଲ୍ଲା ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ କାମରେ ଆସୁନି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ହଷ୍ଟେଲ

Published By : Prameya-News7 Bureau | February 13, 2020 IST

ସୁବର୍ଣ୍ଣପୁର ୧୩।୦୨ - ଆଦିବାସୀ ପିଲାଙ୍କ ଶିକ୍ଷାରେ ଉନ୍ନତି ପାଇଁ ପାଣି ଭଳି ପଇସା ଖର୍ଚ୍ଚ ହେଉଛି । କିନ୍ତୁ ଜିଲ୍ଲା ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ କାମରେ ଆସୁନି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ହଷ୍ଟେଲ । ସୁବର୍ଣ୍ଣପୁର ଜିଲ୍ଲାରେ ଏବେ ଖତ ଖାଉଛି ୨୨ଟି ୧୦୦ଶଯ୍ୟା ବିଶିଷ୍ଟ ହଷ୍ଟେଲ ।

{"id":224114,"sizeSlug":"large"}

ସରକାରକା ମାଲ ଦରିଆ ମେଁ ଡାଲ । ସୁବର୍ଣ୍ଣପୁର ଜିଲ୍ଲାରେ ଏହି ନୀତିରେ ଚାଲିଛି ସରକାରୀ ଛାତ୍ରୀ ନିବାସ । ଏ ହେଉଛି ଉଲୁଣ୍ଡା ବ୍ଲକ ନାଏକପଡା ଗାଁରେ  ଅନୁସୂଚିତ ଜାତି ଓ ଜନଜାତି ଛାତ୍ରମାନଙ୍କ ପାଇଁ ତିଆରି ହୋଇଥିବା ଛାତ୍ରାବାସ  ।୫୦ ଲକ୍ଷ ଟଙ୍କା ବ୍ୟୟରେ ୨୦୧୧ରେ ଏହି ଛାତ୍ରାବାସ ନିର୍ମାଣ ହେ।ଇଥିବା ବେଳେ ଏଯାଏ କାର୍ଯ୍ୟକ୍ଷମ ହେ।ଇନି ।

{"id":224115,"sizeSlug":"large"}

ହଷ୍ଟେଲକୁ  ବିଦ୍ୟୁତ ,ପାନୀୟ ଜଳ ,ରୋଷେଇ ସାମଗ୍ରୀ , ଖଟ,ପିଲାଙ୍କ ପାଠ ପଢିବା ପାଇଁ ଟେବୁଲ ଚେୟାର ଆଦିର କୌଣସି ସୁବିଧା କରାଯାଇ ନାହିଁ  । ଧର୍ମଶାଳା ମାଣିକପୁର ଛାତ୍ରୀ ନିବାସର ବି ସମାନ ଅବସ୍ଥା । ୮ବର୍ଷ ତଳୁ ଉଦ୍ଘାଟନ ସରିଥିଲେ ବି କୌଣସି କାମରେ ଆସିପାରିନି । ଆଉ ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ଅଚଂଳବାସୀ  ।

{"id":224116,"sizeSlug":"large"}

ଜିଲ୍ଲାର ୬ ଟି ବ୍ଲକରେ ୪୦ କୋଟିରୁ ଅଧିକ ଟଂକାରେ ୨୨ଟି ଛାତ୍ରାବାସ ତିଆରି ହୋଇଥିଲେ ବି ଗୋଟିଏ ହେଲେ କାର୍ଯ୍ୟକ୍ଷମ ହୋଇପାରିନି । ହଷ୍ଟେଲ କାର୍ଯ୍ୟକ୍ଷମ ହେଲେ ଜିଲ୍ଲା  ବହୁ ସଂଖ୍ୟାରେ ଜାତି ଓ ଜନଜାତି ବର୍ଗର ପିଲାମାନେ ସହିତ ରହିବା,ଖାଇବା ସହିତ ମାଗଣାରେ ଗୁଣାତ୍ମକ ଶିକ୍ଷା ପାଇ ପାରନ୍ତେ ।

{"id":224118,"sizeSlug":"large"}

ଏ ନେଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ବି କୌଣସି ସୁଫଳ ମିଳିନଥିବା କହିଛନ୍ତି ଗ୍ରାମବାସୀ । ଏପଟେ ଷ୍ଟାପ୍ ଅଭାବର ବାହାନା ଦେଖାଇଛନ୍ତି ଜିଲ୍ଲାପାଳ ।

{"id":224119,"sizeSlug":"large"}

ସବୁଠାରୁ ବଡ କଥା ହେଲା ସରକାର ଜାତି ଓ ଜନଜାତି ବର୍ଗର ପିଲାମାନଙ୍କ ଶିକ୍ଷାରେ ଉନ୍ନତି ଆଣିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଭିତ୍ତିଭୂମିର ବ୍ୟବସ୍ଥା କରୁଛନ୍ତି । କିନ୍ତୁ ଜିଲ୍ଲା ପ୍ରଶାସନର ଆନ୍ତରିକତା ଓ ଇଛାଶକ୍ତି ହିଁ ସରକାରଙ୍କ ଯୋଜନାର ବାଟ ଓଗାଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.